fbpx

ରାମେଶ୍ୱରମ କ୍ୟାଫେ ବିସ୍ଫୋରଣ ମାମଲାରେ NIA ନେଲା କଡ଼ା ଆକ୍ସନ, ଦୁଇ ଆତଙ୍କବାଦୀ ହେଲେ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ କ୍ୟାଫେ ବ୍ଲାଷ୍ଟକୁ ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି ବର୍ତ୍ତମାନ କଡ଼ା ଆକ୍ସନ ନେଇଛନ୍ତି । ଶୁକ୍ରବାର ଦିନ ରାମେଶ୍ୱରମ କ୍ୟାଫେ ବ୍ଲାଷ୍ଟ ମାମଲାରେ ଦୁଇଜଣ ଫେରାର ଥିବା ଅଭିଯୁକ୍ତଙ୍କୁ ପଶ୍ଚିମ ବଙ୍ଗର କୋଲକାତା ପାଖରେ ଗିରଫ କରାଯାଇଛି । ୧ ମାର୍ଚ୍ଚରେ ବେଙ୍ଗାଲୁରୁ କ୍ୟାଫେରେ ହୋଇଥିବା ବିସ୍ଫୋରଣରେ ନଅ ଜଣ ଆହତ ହୋଇଥିଲେ । ଏହି ଆତଙ୍କବାଦୀଙ୍କ ପରିଚୟ ମୁସାବିର ହୁସୈନ ଶାଜିବ ଏବଂ ଅବଦୁଲ ମଦୀନ ତାହାଙ୍କ ଭାବେ ହୋଇଛି ।

ଏନଆଇଏର ଜଣେ ପ୍ରବକ୍ତା କହିଛନ୍ତି ଯେ, ‘ରାମେଶ୍ୱରମ କ୍ୟାଫେ ବିସ୍ଫୋରଣ ମାମଲାରେ ଫେରାର ଅଦବୁଲ ମଥୀନ ତାହା ଏବଂ ମୁସାବିର ହୁସୈନ ଶାଜିବ କୋଲକାତା ପାଖରେ ରହୁଥିବାର ଅନୁସନ୍ଧାନ କରାଯାଇଥିଲା ଏବଂ ଏନଆଇଏ ଟିମ ତାଙ୍କୁ ମାଡି ବସିଥିଲେ । ୧୨ ଏପ୍ରିଲ ସକାଳେ ଏନଆଇଏ କୋଲକାତା ପାଖରେ ଫେରାର ଅଭିଯୁକ୍ତଙ୍କର ଅନୁସନ୍ଧାନ କରିବାରେ ସଫଳତା ହାସଲ କରିଛନ୍ତି, ଯେଉଁଠାରେ ସେମାନେ ମିଛ ପରିଚୟ ଦେଇ ଲୁଚିଥିଲେ ।’

Get real time updates directly on you device, subscribe now.