ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଦିନ ପାଇଁ ବିଶେଷ ନିୟମର ପାଳନ କରୁଛନ୍ତି । ଏହି ନିୟମ ସହ ତାଙ୍କର ମନ୍ଦିର ଯାତ୍ରା ଜାରି ରହିଛି । ଆଜି ସେ ଦକ୍ଷିଣ ଭାରତର ଅନେକ ମନ୍ଦିର ଗସ୍ତରେ ଅଛନ୍ତି । ତେବେ ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୫ ସ୍ତରୀର ରହିବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସିକ୍ୟୁରିଟି ସିଭିଲ ପୋଲିସ ସମେତ ଭିନ୍ନ ଭିନ୍ନ ଏଜେନ୍ସିରୁ ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ଜବାନ ପହଂଚି ସାରିଛନ୍ତି ।
-ସର୍ବପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ପାଖରେ SPGର ଅଙ୍ଗରକ୍ଷକ ରହିବେ । ଏହି ଜବାନମାନଙ୍କ ପାଖରେ ଅସାଲ୍ଟ ରାଇଫିଲ୍, ଅଟୋମେଟିକ୍ ବନ୍ଧୁକ, ୧୭ ଏମ୍ ରିଭଲଭର ସମେତ ଅନ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ରହିବ ।
-ଦ୍ୱିତୀୟ ସ୍ତରରେ SPGର କମାଣ୍ଡୋ ରହିବେ ।
-ତୃତୀୟ ସ୍ତରରେ NSGର ବ୍ଲାକ୍ କ୍ୟାଟ୍ କମାଣ୍ଡୋ ଦାୟିତ୍ୱ ସମ୍ଭାଳିବେ । ଏମାନଙ୍କ ସହ ATS ବଂ ଅନ୍ୟ
କମାଣ୍ଡୋ ବି ସାମିଲ ରହିବେ ।
ଚତୁର୍ଥ ସ୍ତରରେ ସାମରିକ ବାହିନୀର ସୈନିକ ରହିବେ ।
– ଶେଷ ସ୍ତରରେ ସିଭିଲ ପୋଲିସ ଜବାନମାନେ ସୁରକ୍ଷା ଦାୟିତ ସମ୍ଭାଳିବେ । କାର୍ଯ୍ୟକ୍ରମ ସ୍ଥଳରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ଏହି ଜବାନମାନେ ପହରା ଦେବେ ।
ଏହି ପଞ୍ଚମୁଖି କବଚକୁ ଭେଦ କରି କେହି ବି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆସିପାରିବେ ନାହିଁ ।