fbpx

ରାମନାଥ ଠାକୁର ହେବେ JDUର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଆଜି ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ) ଅଧ୍ୟକ୍ଷ ଲଲନ ସିଂ ନିଜ ପଦରୁ ଇସ୍ତପା ଦେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଡିସେମ୍ବର ୨୯ରେ ଦିଲ୍ଲୀରେ ହେବାକୁ ଥିବା ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଏବଂ ରାଷ୍ଟ୍ରୀୟ ପରିଷଦ ବୈଠକରେ ଲଲନଙ୍କ ଇସ୍ତଫା ଉପରେ ମୋହର ଲାଗିବ । ଏଥିମଧ୍ୟରେ ବିହାରର ରାଜନୀତି ମାହୋଲ ବେଶ ସରଗରମ ରହିଛି । ତେବେ ଲଲନ ସିଂଙ୍କ ଇସ୍ତଫା ପରେ ଜେଡିୟୁର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏଥିମଧ୍ୟରେ ରାମନାଥ ଠାକୁରଙ୍କ ନାମକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି ।

ରାମନାଥ ଠାକୁର କିଏ ?

ରାମନାଥ ଠାକୁର ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ସୁପୁତ୍ର । ସେ ହେଉଛନ୍ତି ନିତୀଶ କୁମାରଙ୍କ ନିକଟତର । ବର୍ତ୍ତମାନ ଜେଡିୟୁରୁ ରାଜ୍ୟସଭା ସାଂସଦ ହେଉଛନ୍ତି ନିତୀଶ କୁମାର ।ରାମନାଥ ଠାକୁର ହଜାମ(ନାଈ ସମାଜ) ସମ୍ପ୍ରଦାୟର ଯାହାର ବିହାରରେ ଜନସଂଖ୍ୟା ମାତ୍ର ୨% । କିନ୍ତୁ ତାଙ୍କ ପିତା କର୍ପୁରୀ ଠାକୁର ପଛୁଆ ବର୍ଗ(ଓବିସି)ର ଜଣେ ବଡ଼ ନେତା ଭାବେ ପରିଚିତ ।

ଅପରପକ୍ଷରେ ଲଲନ ସିଂଙ୍କ ଇସ୍ତଫାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି । ଲଲନ ଆରଜେଡି ସହ ନିକଟତର ଥିବା କାରଣରୁ ନିତୀଶ ତାଙ୍କୁ ହଟାଇବାକୁ ଚାହୁଁଥିଲେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.