fbpx

ଆମ୍ବୁଲାନ୍ସରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ସ୍ବାମୀକୁ ଗାଡିରୁ ଠେଲିଦେଲା ଦୁର୍ବୃତ୍ତ

miscreant attempted to assault the woman in ambulance pushing her husband from the ambulance

ଉତ୍ତରପ୍ରଦେଶ: ଭାରତରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଦୁଷ୍କର୍ମ ଏବଂ ହତ୍ୟା ଭଳି ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଉତ୍ତରପ୍ରଦେଶରୁ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଛାବନୀ ଅଞ୍ଚଳରେ ଚଳନ୍ତା ଆମ୍ବୁଲାନ୍ସରେ ମହିଳାଙ୍କୁ ଦୁଷ୍କମ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।  ଏହା ସହିତ ତାଙ୍କ ସ୍ବାମୀଙ୍କ ମୁହଁରୁ ଅକ୍ସିଜେନ ମାକ୍ସ ବାହାର କରି ତାଙ୍କୁ ବାହାରକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ତେବେ ଗୋରଖପୁର ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି  ।  ପୀଡିତା ଥାନାରେ ଅଭିଯୋଗ କରିବା ପରେ ଆମ୍ବୁଲାନ୍ସ ଚାଳକଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ନୌର ଗାଜିପୁର ପୋଲିସ ।

ପୀଡିତା ମହିଳାଙ୍କ ବୟାନ ଅନୁସାରେ, ସ୍ବାମୀ କିଛି ଧରି ଅସୁସ୍ଥ ରହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଅଧିକ ଚିକିତ୍ସା କରିବା ପାଇଁ ପରିବାର ନିକଟରେ ଆର୍ଥଭାବ ରହିଥିଲା । ଏହାପରେ ସେ ସ୍ବାମୀଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ । ଆମ୍ବୁଲାନ୍ସ ଯୋଗେ ସିଦ୍ଧାର୍ଥନଗର ସ୍ଥିତ ତାଙ୍କ ଗ୍ରାମକୁ ଯାଉଥିଲେ । ତେବେ କିଛି ରାସ୍ତା ଯିବା ପରେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ଆଗ ସିଟରେ ବସିବାକୁ କହିଥିଲା । ଏହାପରେ ଅସଦାରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା । 150 କିଲୋମିଟର ବାଟ ଅତିକ୍ରମ କରିବା ପରେ ଏକ ନିଛାଟିଆ ରାସ୍ତାରେ ମହିଳାଙ୍କ ସ୍ବାମୀଙ୍କୁ ତଳକୁ ଠେଲି ଦେଇଥିଲା । ଘଟଣାସ୍ଥଳରେ ସ୍ବାମୀଙ୍କୁ ଗଭୀର ଆଘାତ ଲାଗିଥିଲା । ମହିଳାଙ୍କ ଭାଇ ଆଉ ଏକ ଆମ୍ବୁଲାନ୍ସ ଡକାଇ ସ୍ବାମୀଙ୍କୁ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମହିଳାଜଣକ ପୋଲିସର ଦ୍ହାରସ୍ଥ ହୋଇ ଆମ୍ହୁଲାନ୍ସ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.