fbpx

(Video) ଓଡ଼ିଶାର ଆକାଶରେ ଦୃଶ୍ୟମାନ ହେଲା ବିରଳ ତାରା, ଆକାଶରୁ ଖସିଲା ଉଜ୍ଜ୍ୱଳ ଆଲୋକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଭାରତ ନିଜର ସର୍ବବୃହତ ମହାଅସ୍ତ୍ରର ନାଇଟ୍ ଟ୍ରାଏଲ କରିଛି । ଏହି ମହାଅସ୍ତ୍ର ମିସାଇଲ ଅଗ୍ନି-୫କୁ ଓଡ଼ିଶାର ବାଲେଶ୍ୱର ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ପରୀକ୍ଷଣ କରାଯାଇଥିଲା । ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ପାଖାପାଖି ୫୫୦୦ କିମି ରହିଥିବା ବେଳେ ଏହା ଅଧା ବିଶ୍ୱକୁ ଟାର୍ଗେଟ୍ କରିପାରିବ । ଏହାର ରେଞ୍ଜ ମଧ୍ୟରେ ପୂରା ରୁଷ, ୟୁକ୍ରେନ, ଇଣ୍ଡୋନେସିଆ, ମାଡାଗାସ୍କର ଆସୁଛନ୍ତି ।

ତେବେ ଅଗ୍ନି-୫ର ପରୀକ୍ଷଣର ଝଲକ ଆଜି ସାରା ଓଡ଼ିଶାରେ ଦୃଶ୍ୟମାନ ହୋଇଥିଲା । ଓଡ଼ିଶାର ଆକାଶରେ ଦୃଶ୍ୟମାନ ହୋଇଥିଲା ଏକ ବିରଳ ଦୃଶ୍ୟ । ଏହାକୁ ନେଇ ରାଜ୍ୟର ଚାରିଆଡ଼େ ଖୁବ୍ ଚର୍ଚ୍ଚା ହୋଇଥିଲା । ଆଜି ସନ୍ଧ୍ୟାରେ ଆକାଶରେ ଏକ ଆଲୋକ ପୁଞ୍ଜ ହେଲିକପ୍ଟର ଭଳି ଶବ୍ଦ କରି ଉଡ଼ୁଥିବା ଦେଖାଯାଇଥିଲା । ତାରା ପରି ଦେଖାଯାଉଥିବା ଉକ୍ତ ଆଲୋକ ପୁଞ୍ଜର ପଛପଟୁ ବାହାରୁଥିବା ଉଜ୍ଜ୍ୱଳ ଆଲୋକ ଚାରିଆଡ଼କୁ ଆଲୋକିତ କରିଦେଇଥିଲା ।

ତେବେ ବାଲେଶ୍ୱର ଉପକୂଳର ଆକାଶରେ ଦେଖାଦେଇଥିବା ଏହି ଉଜ୍ଜଳ ଆଲୋକକୁ ନେଇ ପ୍ରଥମେ ଦେଖଣାହାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଅନେକ ଲୋକ ଏହି ଆଲୋକକୁ ଦେଖିବା ପାଇଁ ଘରୁ ବାହାରକୁ ବାହାରି ଆସିବା ସହିତ ମୋବାଇଲରେ ରେକର୍ଡିଂ କରିଥିଲେ । ପାଖାପାଖି ୨ ମିନିଟ୍ ପର୍ଯ୍ୟନ୍ତ ଏହି ଉଜ୍ଜ୍ୱଳ ଆଲୋକ ଆକାଶରେ ଦୃଶ୍ୟମାନ ହୋଇଥିବା ଲୋକମାନେ ଦେଖିଥିଲେ । ଏହାକୁ ଅନେକ ଲୋକଙ୍କ ମନରେ ନାନା ପ୍ରକାରର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଆଜି ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ ପରୀକ୍ଷଣ କରାଯାଇଛି ବୋଲି ପରେ ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.