ବିରଳ ଅସ୍ତ୍ରୋପଚାର ! ନାବାଳିକା ପେଟରେ ଥିଲା ଅଢେଇ କେଜିର ବାଳ , ଅପରେସନ୍ ପରେ ବାହାରିଲା

ବିଜନୋର : ସାଧାରଣତଃ ପେଟରେ ଷ୍ଟେନ୍ ହୁଏ , ଯାହାକୁ ଅପରେସନ୍ ମାଧ୍ୟମରେ ଡାକ୍ତରମାନେ କାଢି ବାହର କରନ୍ତି । କିନ୍ତୁ ପେଟରେ ବାଳ ପିଣ୍ଡୁଳା କଥା କେବେ ଶୁଣିଛନ୍ତି କି? ଆଜ୍ଞା ହଁ, ଜଣେ ୧୪ ବର୍ଷୀୟ ନାବାଳିକା ପେଟରୁ ଅଢେଇ କେଜିର ବାଳ ବାହାରିଛି । ଡାକ୍ତରମାନେ ଅପରେସନ୍ ମାଧ୍ୟମରେ ଏହାକୁ ବାହାର କରିଛନ୍ତି । ଏହାକୁ ନେଇ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୟୁପିର ବିଜନୋର ଜିଲ୍ଲାରେ ଏଭଳି ବିରଳ ଅସାଧାରଣ ଅସ୍ତ୍ରୋପଚାରରେ ହୋଇଛି ।

ନାବାଳିକା ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାକୁ ପ୍ରଥମେ ଡାକ୍ତାଖାନା ଦିଆଯାଇଥିଲା । ସେଡାରେ ବିଭିନ୍ନ ପ୍ରକାର ପରୀକ୍ଷା ଏବଂ ସିଟିସ୍କାନ୍ କରା ଯାଇଥିଲା । ଯାହା ପରେ ପେଟରେ ‘ଟ୍ରାଇକୋବୋଜାର୍’ ବା ବାଳର ଏକ ପିଣ୍ଡୁଳା ଥିବା ଜଣ।।ପଡିଥିଲା ।

ପିଲାଟିର କେଶ ଟାଣି ବା କାଟି ଗିଳିବାର ଅଭ୍ୟାସ ଥିଲା । ଏହାକୁ ‘ଟ୍ରାଇକୋଟିଲୋମୋନିୟା’ ନାମକ ଏକ ଅଜବ ରେଗ ବୋଲି ଡାକ୍ତରୀ ଭାଷାରେ କୁହାଯାଏ । ଯେଭଳି କେହି କେହି ପିଲା ମାଟି, ବାଲି,ଳ ସିମେଣ୍ଟ, ଚକ୍ ଓ ପାଉଁଶ ଖାଇବାର ଅଭ୍ୟାସ ଥାଏ ସେହିଭଳି ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ବାଳ ଖାଇବାକୁ ପାଗଳ ହୁଏ ବୋଲି ଡାକ୍ତମାନେ କୁହନ୍ତି ।

ଗୋଟିଏ ପରେ ଗୋଟିଏ ବାଳ ପେଟକୁ ଗଲେ, ତାହା ଅନ୍ତନଳୀରେ ଯାଇ ହଜମ ହୁଏ ନାହିଁ ବରଂ ଜମାଟ ବାନ୍ଧି ହୁଏ । ପରେ ଏହା ଏକ ପିଣ୍ଡୁଳାରେ ପରିଣତ ହୋଇଥିଲା । ଏହାକୁ ପେଟରୁ ବାହାର କରିବା ପାଇଁ ଡାକ୍ତରୀ ଦଳକୁ ଦୁଇ ଘଣ୍ଟା ସମୟ ଲାଗିଥିଲା ।