ଏତେ ଶୀଘ୍ର…ରସିଦ ଖାନ୍ ଭାଙ୍ଗିଦେଲେ ବିଶ୍ୱ ରେକର୍ଡ, UAE ବିପକ୍ଷରେ ଆଫଗାନିସ୍ତାନର ବିଜୟରେ କଲେ ଧମାଲ

ଆଫଗାନିସ୍ତାନର ଲେଗ୍ ସ୍ପିନର ରସିଦ ଖାନ କଲେ ଧମାଲ, ଜାଣନ୍ତୁ

ନୂଆଦିଲ୍ଲୀ: ରସିଦ ଖାନ୍ ବର୍ତ୍ତମାନ ୱାର୍ଲଡ ରେକର୍ଡ ଭାଙ୍ଗିଛନ୍ତି। ସେ ଏହାକୁ ଖୁବ ଦ୍ରୁତଗତିରେ ଭାଙ୍ଗିଛନ୍ତି। ତାଙ୍କର ଏହି ରେକର୍ଡ ଏତେ ସହଜରେ କେହି ବି ଭଙ୍ଗିପାରିବେନି ବୋଲି କୁହାଯାଉଛି।

ଆଫଗାନିସ୍ତାନର ଲେଗ ସ୍ପିନର ରସିଦ ଖାନ ଏହି ବଡ଼ ଧମାଲ ଟି୨୦ ଟ୍ରାଇ ସିରିଜରେ ୟୁଏଇ ବିପକ୍ଷରେ କରିଛନ୍ତି। ୧ ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ସେ କ୍ୟାପ୍ଟେନ ଭାବେ ଆଫଗାନିସ୍ତାନକୁ ବିଜୟ କରାଇଛନ୍ତି। ଏଥିସହ ସେ ଟି୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ୱିକେଟର ୱାର୍ଲଡ ରେକର୍ଡକୁ ଭାଙ୍ଗିଛନ୍ତି।

ରସିଦ ଖାନ ଭାଙ୍ଗିଲେ ୱାର୍ଲଡ ରେକର୍ଡ: ଟି୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ୱିକେଟର ରେକର୍ଡ ଏପର୍ଯ୍ୟନ୍ତ ୧୬୪ ୱିକେଟ ସହ ଟିମ ସାଉଦୀ ନାଁରେ ଥିଲା। ନ୍ୟୁଜିଲ୍ୟାଣ୍ଡରକୁ ଏହି ରେକର୍ଡ ପର୍ଯ୍ୟନ୍ତ ପହଞ୍ଚିବାକୁ ୧୨୬ ମ୍ୟାଚ୍ ଖେଳିବାକୁ ପଡ଼ିଥିଲା।

ଟି୨୦ ଅନ୍ତର୍ଜାତୀୟ ପିଚରେ ୨୭୫୩ ବଲ ପକାଇବାକୁ ପଡ଼ିଥିଲା। ହେଲେ ରସିଦ ଖାନ ୧୦୦ରୁ କମ ମ୍ୟାଚରେ ସାଉଦୀର ୱାର୍ଲଡ ରେକର୍ଡ ଭାଙ୍ଗିଥିଲେ। ସେ ୯୮ ମ୍ୟାଚରେ ୨୨୪୦ ବଲରେ ୧୬୫ ୱିକେଟ ନେଇଥିଲେ। ସାଉଦୀର ୱାର୍ଲଡ ରେକର୍ଡକୁ ଭାଙ୍ଗିବାରେ ରସିଦ ଖାନ ଯାହା କରିଛନ୍ତି, ତାହା ପ୍ରଶଂସନୀୟ।

ରସିଦ ଖାନ ଏମିତି ଭାଙ୍ଗିଥିଲେ ବିଶ୍ୱ ରେକର୍ଡ: ରସିଦ ଖାନଙ୍କୁ ଟିମ ସାଉଦୀର ରେକର୍ଡ ଭାଙ୍ଗିବା ପାଇଁ ଏହି ମ୍ୟାଚ ପୂର୍ବରୁ ୩ ୱିକେଟ ଆବଶ୍ୟକ ଥିଲା। ସେ ଏହି ତିନୋଟି ୱିକେଟ ୟୁଏଇ ବିପକ୍ଷରେ ନେଇଛନ୍ତି।

ରସିଦ ଖାନ ୪ ଓଭରରେ ୨୧ ରନ ଦେଇ ୩ ୱିକେଟ ନେଇ ସବୁଠୁ ଅଧିକ ୱିକେଟର ୱାର୍ଲଡ ରେକର୍ଡ ଭାଙ୍ଗିଛନ୍ତି। ଏସିଆ କପର ଠିକ୍ ପୂର୍ବରୁ ମିଳିଥିବା ଏହି ବିଜୟ ରସିଦ ଖାନଙ୍କ ପାଇଁ ବଡ଼ ବୁଷ୍ଟ ଅଟେ।