fbpx

୬ଟି ରାଶିର ଲୋକଙ୍କ ପାଇଁ କାଲିର ଦିନଟି ହେବ ଶୁଭ, ସୂର୍ଯ୍ୟଦେବଙ୍କ କୃପାରୁ ଧନପ୍ରାପ୍ତିର ସୁଯୋଗ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୩ ହେଉଛି ରବିବାର। ଆସନ୍ତୁ ଜାଣିବା ରବିବାର କେଉଁ ୬ଟି ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ । କେଉଁ ୬ଟି ରାଶି ଉପରେ ସୂର୍ଯ୍ୟ ଦେବଙ୍କ ଅଶେଷ କୃପା ବର୍ଷିବ।

ମେଷ ରାଶି: ରବିବାର ଦିନଟି ଆପଣଙ୍କର ମଉଜ ମଜଲିସରେ କଟିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ। କ୍ୟାରିୟରରେ ଅଗ୍ରଗତି ନେଇ ନୂତନ ସୁଯୋଗ ମିଳିବ । ପୁରୁଣା ମକଦ୍ଦମାରେ ସଫଳ ହେବେ । ବେପାରରେ ବିପୁଳ ପରିମାଣରେ ଲାଭ ହେବ।

କର୍କଟ ରାଶି: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିପାରେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦମ୍ପତ୍ତି ମାନଙ୍କ ଲାଗି ଦିନଟି ଶୁଭ ରହିବ । ଦୂର ସ୍ଥାନ ଯାତ୍ରା କରିପାରନ୍ତି । ଅଲଗା ଉତ୍ସରୁ ଧନପ୍ରାପ୍ତି ହେବ।

କନ୍ୟା ରାଶି: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନ ଲାଭ ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ସନ୍ତାନ ସନ୍ତତି ମାନଙ୍କ ଠାରୁ ଶୁଭ ସମାଚାର ମିଳିବ ।

ବିଛା ରାଶି: ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ନିଜର ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଟି ଶୁଭମୟ ହେବ।

କୁମ୍ଭ ରାଶି: ଶୁଭ ସମାଚାର ମିଳିବା ନେଇ ଯୋଗ ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ଦେଖାଦେବ। ପାଖ ସ୍ଥାନକୁ ଭ୍ରମଣ କରି ହାଲୁକା ଅନୁଭବ କରିବେ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ରିଷ୍ଟ ଖଣ୍ଡନ ହେବ।

ମୀନ ରାଶି: ପାରିବାରିକ କାମରେ ଆଜି ଅଧିକ ସମୟ ବିତାଇବେ । ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ । ପଦୋନ୍ନତି ହେବା ନେଇ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ । ଅଜଥା ଅର୍ଥ ବ୍ୟୟ ଯୋଗୁଁ ମନ ଭଲ ରହିବ ନାହିଁ । ସନ୍ଧ୍ୟା ସୁଦ୍ଧା ଶୁଭ ସମାଚାର ମିଳିବ।

Get real time updates directly on you device, subscribe now.