fbpx

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ Deepfake Video ମାମଲାରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଲା, ଜାଣନ୍ତୁ

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲା ଏବେ ବି ଶିରୋନାମାରେ ରହିଛି । ପ୍ରାୟ ଏକ ମାସ ତଳେ ରଶ୍ମିକାଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ଅନ୍ୟ ଅଭିନେତ୍ରୀଙ୍କ ଡିପ୍‌ଫେକ୍‌ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ତେବେ ରଶ୍ମିକାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦିଲ୍ଲୀ ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ସୂଚନା ଥାଉକି, ଯେତେବେଳେ ଅଭିନେତ୍ରୀ ରଶ୍ମିକାଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମଧ୍ୟ ଏହା ଉପରେ କଟକଣା ଲଗାଇବା ବିଷୟରେ କହିଥିଲେ। ଏଥି ସହିତ ମୃଣାଲ ଠାକୁର, ନାଗା ଚୈତନ୍ୟ ଏବଂ ଚିନ୍ମୟୀ ଶ୍ରୀପଦାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ରଶ୍ମିକାଙ୍କୁ ସମର୍ଥନ କରିଥିଲେ। ତେବେ ଉକ୍ତ ଭିଡିଓକୁ ସମସ୍ତେ ନିନ୍ଦା ପ୍ରକାଶ କରିବା ସହ ଚିନ୍ତା ପ୍ରକଟ କରିଥିଲେ।

ଏହା ପରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଦୀର୍ଘ ଏକ ମାସ ଧରି ତଦନ୍ତ ଚଳାଇଥିବା ପୋଲିସ ଶେଷରେ ଆଜି ୪ ଜଣଙ୍କୁ ଗିରଫ କରିଥିବା ଦେଖିବାକୁ ମିଳିଛି। ଉକ୍ତ ଡିପ୍‌ଫେକ୍‌ ଭିଡିଓକୁ ନେଇ ରଶ୍ମିକା ମନ୍ଦାନା କହିଥିଲେ ଯେ, ‘‘ମୁଁ ପ୍ରକୃତରେ ବହୁତ ଖରାପ ଅନୁଭବ କରୁଛି। ମୁଁ ମୋର ଡିପ୍‌ ଫେକ୍‌ ଭିଡିଓ ଅନଲାଇନରେ ବିସ୍ତାର ହେବା ବିଷୟରେ ଏତିକି କହିବି ଯେ ଏହା କେବଳ ମୋ ପାଇଁ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ବିପଦ।’’

Get real time updates directly on you device, subscribe now.