fbpx

(Video) ସାମାନ୍ୟ ମୂଷା ପାଇଁ ଅଟକିଗଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ: ବଗି ତଳୁ ବାହାରିଲା ନିଆଁ

ବିହାର: ବାହାନଗା ଦୁର୍ଘଟଣା ପରେ ଟ୍ରେନକୁ ନେଇ ଲୋକଙ୍କ ମନରେ ଏକ ଭୟ ବସା ବାନ୍ଧି ନେଇଛି । କିନ୍ତୁ ଏହା ମଧ୍ୟରେ ଆଉ ଏକ ବଡ ଖବର ସାମନାକୁ ଆସିଛି । ସାମାନ୍ୟ ଗୋଟିଏ ମୂଷା ପାଇଁ ଅଟକି ଯାଇଛି ଏକ ଦ୍ରୁତଗାମୀ ଏକ୍ସପ୍ରେସ । ବିହାରର ଛପରା ରେଲୱେ ଷ୍ଟେସନରେ ଘଟି ଯାଇଛି ଏପରି ଆଶ୍ଚର୍ଯ୍ୟଜନକ ଘଟଣା । ମୂଷାର କିଛି କାରନାମା ଯୋଗୁଁ ଅଧା ବାଟରେ ଅଟକି ଯାଇଛି ଏହି ଟ୍ରେନ । ତେବେ ମୂଷା ପାଇଁ ଏକ ବଡ ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଦେଖା ଦେଇଥିଲା ।

ସୂଚନା ଅନୁସାରେ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ବଗି ତଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଟ୍ରେନରେ ନିଆଲାଗିଥିବା ସନ୍ଦେହ କରିଥିଲେ ଯାତ୍ରୀ । ଯାହାଫଳରେ ଟ୍ରେନରେ ଭୟର ମାହୋଲ ଖେଳିଯିବା ସହ ଅଟକି ଯାଇଛି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ । ଏହାପରେ ଟ୍ରେନର ସମସ୍ତ ଯାତ୍ରୀ ଏଣେତେଣେ ଦୌଡିଥିଲେ । ତେବେ ମାମଲାକୁ ନେଇ ତଦନ୍ତ କରିଥିଲେ ଟ୍ରେନ ଡ୍ରାଇଭର, ଗାର୍ଡ ଏବଂ ରେଲୱେ ପୋଲିସ । ଏହି ତଦନ୍ତରୁ ଜଣା ପଡିଛି ଯେ, ଟ୍ରେନର ଏହି ବଗିରେ ଏକ ମୂଷା ପଶି ଯାଇଥିବା ବେଳେ ଗାଡି ଭିତରେ କିଛି ତାର କାଟି ଦେଇଥିଲା । ତେଣୁ ଗାଡିରେ ସର୍ଟ ସର୍କିଟ ହୋଇ ବଗିରୁ ଧୂଆଁ ବାହାରୁଥିଲା । ତେବେ ଟ୍ରେନକୁ ସମ୍ପୂର୍ଣ୍ଣ ଚେକ କରିବା ପରେ ଏହା ପୁଣି ଆଗକୁ ଗଡିଛି ।

ବାରାଣସୀ ରେଳ ମଣ୍ଡଳର ଜନସମ୍ପର୍କ ଅଧିକାରୀ ଅଶୋକ କୁମାର କହିଛନ୍ତି ଯେ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ(୧୨୫୬୫)ର ଏସ୪ ବଗି ତଳେ ଇଲେକ୍ଟ୍ରିକ ସର୍କିଟରେ ଏକ ମୂଷା ପଶିଯିବାରୁ ସର୍ଟ ସର୍କିଟ ହୋଇଥିଲା ବଗି ତଳୁ ଧୂଆଁ ବାହାରୁଥିଲା । କିନ୍ତୁ ଏହା ଦେଖି ଟ୍ରେନରେ ନିଆଁ ଲାଗିଥିବା ଅନୁମାନ କରିଥିଲେ ଯାତ୍ରୀ । ତେବେ ଏହି ଘଟଣାରେ କୌଣସି ମୃତାହତ ନେଇ ସୂଚନା ମିଳିପାରିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.