fbpx

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଟ୍ୱିନ୍‌ସିଟି, ରାଜଧାନୀର ଇସ୍କନ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ପାଳିତ ହେବ ରଥଯାତ୍ରା

କଟକ/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦୀର୍ଘ ଦୁଇବର୍ଷ ପରେ ଆୟୋଜିତ ହେବ ଘୋଷଯାତ୍ରା । ମହାମାରୀ କରୋନା କଟକଣା ପାଇଁ ଏହି ରଥଯାତ୍ରା ବନ୍ଦ ରହିଥିଲା । ତେବେ ଚଳିତବର୍ଷ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳ ହୋଇପଡ଼ିଛନ୍ତି । ଟ୍ୱିନ୍‌ସିଟିର ଇସ୍କନ ମନ୍ଦିର ଠାରୁ ଆରମ୍ଭ କରି କିସ୍‌ ଶ୍ରାବଣୀ କ୍ଷେତ୍ର, ଜାଗମରା ଶ୍ରୀଜଗନ୍ନାଥ ମନ୍ଦିର, ଶିରିପୁର ଶ୍ରୀଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମନ୍ଦିର, ରାଣୀହାଟ ଶ୍ରୀଜଗନ୍ନାଥ ମନ୍ଦିର ଆଦି ବହୁ ସ୍ଥାନରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସକାଳ ପ୍ରହରରୁ ମହାପ୍ରଭୁଙ୍କୁ ରୀତିନୀତି କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ପୂର୍ବାହ୍ନରେ ପହଣ୍ଡି କରାଯାଇ ରଥାରୁଢ଼ କରାଯିବ । ଏଥିପାଇଁ ନୀତିକାନ୍ତି ଶେଷ ହୋଂଇଥିବାବେଳେ ଏବେ ରଥାରୁଢ଼ ଦିଅଁଙ୍କୁ ଦର୍ଶନ ପାଇଁ ଭକ୍ତ ଚାହିଁରହିଛି । ସେହିରି ଐତିହ୍ୟସଂପନ୍ନ କଟକ ସହରରେ ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ଯେପରି ଶ୍ରଦ୍ଧାଳୁଙ୍କ ସୁରକ୍ଷାରେ ଆଞ୍ଚ ନଆସେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଚଳିତବର୍ଷ ରଥଯାତ୍ରାରେ ଭକ୍ତମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.