fbpx

ଏହି କାରଣ ଯୋଗୁଁ ବାତିଲ ହୋଇଯିବ Ration Card: ଆପଣ ବି କରୁନାହାନ୍ତି ତ ଏପରି ଭୁଲ୍

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ ପ୍ରାୟ ୧୫ କୋଟି ରାସନ କାର୍ଡଧାରୀ ଅଛନ୍ତି । ଯଦି ଆପଣ ମଧ୍ୟ ଏହି ୧୫ କୋଟି ଲୋକଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ୨୦୨୦ ମସିହାରେ କରୋନା ସମୟରେ ସରକାର ଗରିବଙ୍କ ପାଇଁ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ । କେନ୍ଦ୍ରର ଏହି ଯୋଜନା ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ଅବଶ୍ୟ ସରକାର ଏହାକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

କିଛି ଦିନ ପୂର୍ବରୁ ସରକାର ଜାଣିବାକୁ ପାଇଥିଲେ କି, କିଛି ଅଯୋଗ୍ୟ ପ୍ରାର୍ଥୀ ‘ମାଗଣା ରାସନ ଯୋଜନା’ର ଲାଭ ଉଠାଉଛନ୍ତି । ଏଭଳି ପରିସ୍ଥିତିରେ ସରକାର ସମୟ ସମୟରେ ରେସନ କାର୍ଡଧାରୀଙ୍କ ସହ ଜଡିତ ନିୟମ ପରିବର୍ତ୍ତନ କରୁଛନ୍ତି । ନିକଟରେ ସରକାର ଅଯୋଗ୍ୟ କାର୍ଡଧାରୀଙ୍କୁ ରାସନ କାର୍ଡ ଫେରାଇବାକୁ ନିବେଦନ କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ଯେଉଁମାନେ ରାସନ କାର୍ଡ ସମର୍ପଣ କରିବେ ନାହିଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ରିପୋର୍ଟକୁ ନେଇ ୟୁପି ସରକାର ସ୍ପଷ୍ଟ କରି କହିଥିଲେ ଯେ, ସେପରି କୌଣସି ଆଦେଶ ଦିଆଯାଇନାହିଁ ।

ତେବେ ପ୍ରତ୍ୟେକ କାର୍ଡଧାରକ ରାସନ କାର୍ଡ ସହିତ ଜଡିତ ନିୟମ ବିଷୟରେ ଅବଗତ ରହିବା ଆବଶ୍ୟକ । ଯଦି ଆପଣ ଭୁଲ ଭାବେ ରାସନ କାର୍ଡ ପ୍ରାପ୍ତ କରିଛନ୍ତି ଓ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଯଦି ଅନୁସନ୍ଧାନରେ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଆସନ୍ତୁ ଜାଣିବା ରାସନ କାର୍ଡ ସହିତ ଜଡିତ ନିୟମ ।

ରାସନ କାର୍ଡ ନିୟମ :-
ଯଦି ରେସନକାର୍ଡ ଧାରକଙ୍କ ନିଜ ରୋଜଗାରରୁ ନିଆଯାଇଥିବା ୧୦୦ ବର୍ଗ ମିଟରର ଏକ ପ୍ଲଟ୍ / ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ / ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ପାରିବାରର ଆୟ ଗ୍ରାମାଞ୍ଚଳରେ ଦୁଇ ଲକ୍ଷ ଓ ସହରରେ ୩ ଲକ୍ଷ ବାର୍ଷିକ ରହିଛି, ତେବେ ଏପରି ଲୋକ ସରକାରଙ୍କ ଶସ୍ତା ରାସନର ଲାଭ ନେବାକୁ ଉପଯୁକ୍ତ ନୁହଁନ୍ତି ।

Get real time updates directly on you device, subscribe now.