ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ରାସନକାର୍ଡଧାରୀଙ୍କୁ ମିଳିବ ହଜାରେ ଟଙ୍କାର କୋଭିଡ୍‌ ସହାୟତା, ବ୍ୟାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ହିତାଧିକାରୀମାନଙ୍କୁ ହଜାରେ ଟଙ୍କାର କୋଭିଡ୍‌ ସହାୟତା ଯୋଗାଇ ଦିଆଯିବ । ୩୦ ଜିଲ୍ଲାର ୩ କୋଟି ୫୦ ଲକ୍ଷ  ହିତାଧିକାରୀ ଏହି ସୁବିଧା ପାଇବେ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ । ଏଥିପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ପ୍ରଦାନ କରାଯିବ । କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ତୁରନ୍ତ ଏହି ସହାୟତା ରାଶି ଯୋଗାଇଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସପ୍ତାହକ ମଧ୍ୟରେ ସହାୟତା ରାଶି ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଛି । ହିତାଧିକାରୀମାନେ ରାସନ କାର୍ଡ କିମ୍ବା ସ୍ମାର୍ଟ ହେଲ୍‌ଥ କାର୍ଡ ଦେଖାଇ ଏହି ସହାୟତା ନେଇପାରିବେ ।