fbpx

ମାଲାମାଲ ହେବେ ମାଗଣା ରାସନଧାରୀ, ୮୦ କୋଟି ଲୋକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀ ଅଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ମୋଦୀ କ୍ୟାବିନେଟର ୨୮ ସେପ୍ଟେମ୍ବରରେ ହୋଇଥିବା ବୈଠକରେ ଗରିବଙ୍କ ପାଇଁ ଖାଦ୍ୟ ଯୋଜନାକୁ ଆଉ ୩ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ, ଯୋଜନାକୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବଢ଼ାଯାଇଛି । ଏହି ଯୋଜନା ସହ ଜଡ଼ିତ ଆଉ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି ।

ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିବ ମାଗଣା ରାସନ ଯୋଜନା :-
ସୂତ୍ରରୁ ପ୍ରକାଶ ପାଇଛି କି, ସରକାରଙ୍କ ପକ୍ଷରୁ ଆଉ ୩ ମାସ ପାଇଁ ମାଗଣା ରାସନକୁ ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି । ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଏହା ଉପରେ ଏକ ଘୋଷଣା କରାଯାଇପାରେ । ବର୍ତ୍ତମାନ ଚଳିତ ମାସର ରାସନ ୧୦ ରୁ ୧୫ ଡିସେମ୍ବର ମଧ୍ୟରେ ବଣ୍ଟନ କରାଯିବ । ଏହି ମାସର ରାସନଦାତାଙ୍କ ପାଖରେ ପହଞ୍ଚିବା ଆରମ୍ଭ ହୋଇଛି । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏପ୍ରିଲ୍ ୨୦୨୦ ରେ ଶୁଭାରମ୍ଭ କରାଯାଇଥିଲା ।

ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶର ୮୦ କୋଟି ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଉଛି । ସରକାରଙ୍କ ପକ୍ଷରୁ ଲକଡାଉନ୍ ସମୟରେ ମାଗଣା ରାସନ ଯୋଜନା ଆରମ୍ଭ କରାଯାଇଥିଲା । ଏପ୍ରିଲ୍ ୨୦୨୦ ରେ ଆରମ୍ଭ ହୋଇଥିବା ଏହି ଯୋଜନା ମାର୍ଚ୍ଚ ୨୦୨୨ ରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଛଅ ମାସ ପାଇଁ ବୃଦ୍ଧି କରାଯାଇଥିଲା । ପରେ ଏହାକୁ ତିନି ମାସ ପାଇଁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ପୁଣି ଥରେ ତିନି ମାସ ପାଇଁ ବୃଦ୍ଧି କରିବାକୁ ବିଚାର କରାଯାଉଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.