fbpx

ହୋଲି ପୂର୍ବରୁ ରାସନ କାର୍ଡଧାରୀ ମାନଙ୍କୁ ଖୁସି ଖବର: ମିଳବ ଅଧିକ ଚାଉଳ

ନୂଆଦିଲ୍ଲୀ: ଦେଶର ରାସନକାର୍ଡଧାରୀ ମାନଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଆସନ୍ତା ମାସ(ମାର୍ଚ୍ଚ)ରୁ ସରକାରଙ୍କ ତରଫରୁ ଅଧିକ ଚାଉଳ ମିଳିବ ବୋଲି ଘୋଷଣା କରାଯାଇଛି । କନ୍ଦ୍ରେ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଗରିବ ଏବଂ ଅସହାୟ ଲୋକମାନଙ୍କ ପାଇଁ ମାଗଣା ରାସନ ସେବାରେ ପରିବର୍ତ୍ତନ ହୋଇଛି । ତେବେ ହୋଲି ପୂର୍ବରୁ ଅଧିକ ରାସନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ କେଉଁମାନଙ୍କୁ ଅଧିକ ରାସନ ମିଳିବ ଆସନ୍ତୁ ଜାଣିବା:

ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରଣୟନ କରାଯାଉଛି । ଏହାଦ୍ୱାରା ରାଜ୍ୟର ଲୋକମାନଙ୍କ ପାଇଁ ଖୁବ ଫାଇଦା ମଧ୍ୟ ହେଉଛି । ଏହା ଭିତରେ ହିମାଚଳ ପ୍ରଦେଶ ସରକାର ରାସନ କାର୍ଡଧାରୀ ମାନଙ୍କୁ ୧ କେ.ଜି ଅଧିକ ଚାଉଳ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଏପିଏଲ ରାସନ କାର୍ଡଧାରୀ ମାନଙ୍କୁ ଖୁବଶୀଘ୍ର ଏହି ସୁବିଧା ମିଳିପାରିବ । ମାର୍ଚ୍ଚ ୧ ତାରିଖରୁ ହିମାଚଳ ପ୍ରଦେଶର ସମସ୍ତ ଏପିଏଲ କାର୍ଡଧାରୀ ମାନଙ୍କୁ ୧ କିଲେଶ ଅଧିକ ଚାଉଳ ପ୍ରଦାନ କରାଯିବ । ଅର୍ଥାତ ରାସନ କାର୍ଡରେ ୭ କିଲୋ ପରିବର୍ତ୍ତେ ଏଣିକି ୮ କିଲୋ ଚାଉଳ ପାଇବେ ଏପିଏଲ ଗ୍ରାହକ ।

ତେବେ ସରକାରୀ ଡିପୋରେ ମିଳୁଥିବା ଚାଉଳ ପାଇଁ ଉପଭୋକ୍ତାଙ୍କୁ ଏବେ କିଲୋ ପ୍ରତି ୧୦ଟଙ୍କା ଦେବାକୁ ପଡିବ । ଏହାସହିତ ରାଜ୍ୟର ଏପିଏଲ ଏବଂ ବିପିଏଲ ରାସନ କାର୍ଡଧାରୀ ମାନଙ୍କୁ ୨ଟି ଭାଗରେ ବିଭକ୍ତ କରାଯିବ । ସେହିପରି ଉଭୟଙ୍କ ପାଇଁ ରାସନର ପରିମାଣ ମଧ୍ୟ ଭିନ୍ନ ରହିବ । ବିପିଏଲ କାର୍ଡଧାରୀମାନେ ଏପିଏଲ କାର୍ଡଧାରଙ୍କ ଅପେକ୍ଷା ଶସ୍ତାରେ ରାସନ ପାଇପାରିବେ । ଏହାସହିତ ସେମାନଙ୍କୁ ଗହମ, ଡାଲି, ତେଲ, ଚିନି ଏବଂ ଲୁଣ ଆଦି ରାସନ ମଧ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.