fbpx

ଖୋଲିଲା ରତ୍ନଭଣ୍ଡାର, ପ୍ରଭୁଙ୍କ ଇଚ୍ଛାରେ ରତ୍ନଭଣ୍ଡାର ଖୋଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପ୍ରଥମେ ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯିବା ପରେ ୧୧ ଜଣିଆ ଟିମ୍ ପ୍ରବେଶ କରିଛନ୍ତି । ଭିତର ରତ୍ନଭଣ୍ଡାର ତାଲା ଖୋଲିବାକୁ ଜାରି ରହିଛି ଉଦ୍ୟମ । ଭିତର ରତ୍ନଭଣ୍ଡାର ନଖୋଲିଲେ ତାଲା କଟାଯିବ ବୋଲି ସୂଚନା ମିଳିଛି ।

ଅପରପକ୍ଷରେ ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମଓ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ହେ ମହାପ୍ରଭୁ ତୁମେ ଲୀଳାମୟ । ତୁମ ଇଚ୍ଛାରେ ଏହି ସଂସାର ଚାଲୁଛି । ତୁମେ ଓଡ଼ିଆ ଜାତିର ହୃଦସ୍ପନ୍ଦନ, ଅସ୍ମିତା ଓ ସ୍ୱାଭିମାନର ଶ୍ରେଷ୍ଠ ପରିଚୟ । ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଲା । ଆଉ ଆଜି ୪୬ ବର୍ଷ ପରେ ଏକ ମହତ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର ଖୋଲାଗଲା । ଏହି ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା’ ।

ପ୍ରାଥମିକ ସୂଚନା ଅନୁଯାୟୀ ରତ୍ନଭଣ୍ଡାର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ୬ଟି ସିନ୍ଦୁକ ପହଂଚିଛିି । ଶାଗୁଆନ୍ କାଠରେ ଏହି ସିନ୍ଦୁକ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି । ତେବେ ଟିମ୍ ପାରମ୍ପରିକ ପୋଷାକ ପରିଧାନ କରି ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

Get real time updates directly on you device, subscribe now.