ରେଭେନ୍ସା କଟକଣା, କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ
କାଲି ଦେଇଥିବା ନିର୍ଦ୍ଦେଶରୁ ଓହରିଲେ ରେଭେନ୍ସା କର୍ତ୍ତୃପକ୍ଷ। କ୍ୟାମ୍ପସରେ ମହିଳା କର୍ମଚାରୀ ନରହିବାକୁ ହୋଇଥିଲା ନିଷ୍ପତ୍ତି।
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକଣା ପ୍ରସଙ୍ଗ। କାଲି ଦେଇଥିବା ନିର୍ଦ୍ଦେଶରୁ ଓହରିଲେ ରେଭେନ୍ସା କର୍ତ୍ତୃପକ୍ଷ। କ୍ୟାମ୍ପସରେ ମହିଳା କର୍ମଚାରୀ ନରହିବାକୁ ହୋଇଥିଲା ନିଷ୍ପତ୍ତି।
ସାଢ଼େ ୫ଟା ପରେ କ୍ୟାମ୍ପସରେ ରହିପାରିବେନି ବୋଲି ନିଷ୍ପତ୍ତି ହୋଇଥିଲା। ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଥିଲା।
ଆଜି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।
ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଥିଲେ କର୍ତ୍ତୃପକ୍ଷ।