fbpx

ରବି ଶାସ୍ତ୍ରୀ ଅହମ୍ମଦାବାଦ ଫ୍ରାଞ୍ଚାଇଜର କୋଚ୍‌ ନିଯୁକ୍ତ ସମ୍ଭାବନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପ ପରେ ସମାପ୍ତ ହେବାକୁ ଯାଉଛି । ତେଣୁ ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ତଥା ନ୍ୟାସନାଲ କ୍ରିକେଟ ଏକାଡେମୀର ଡାଇରେକ୍ଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ନୂଆ କୋଚ ନିଯୁକ୍ତ ହୋଇ ସାରିଲେଣି । ରବି ଶାସ୍ତ୍ରୀଙ୍କ ସହିତ ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କ ସମୟ ସୀମା ମଧ୍ୟ ଶେେ ହୋଇ ଯାଇଛି । ତେଣୁ ଏହି କୋଚ ମାନେ ପୁଣି ଥରେ ଭାରତୀୟ ଦଳର ଏହି ପଦବୀରେ ରହିବା ଆଶା ନାହିଁ । ତେବେ ଏହି ତିନି କୋଚଙ୍କ ପାଇଁ ତୁରନ୍ତ ବଡ ସୁଯୋଗ ସୃଷ୍ଟି ହୋଇଛି । କାରଣ ଆସନ୍ତା ବର୍ଷ ଆଇପିଏଲରେ ସାମିଲ ହେବାକୁ ଥିବା ଅହମ୍ମଦାବାଦ ଫ୍ରାଞ୍ଚାଇଜର କୋଚ ଦାୟିତ୍ୱ ଗ୍ରହଣ କରିବାକୁ ଏମାନେ ଅଫର ପାଇଛନ୍ତି ।

ରବି ଶାସ୍ତ୍ରୀଙ୍କୁ ଷ୍ଟାର ସ୍ପୋର୍ଟ୍ସ ଓ ଅନ୍ୟ ଏକ ଚାନେଲରେ ଭାଷ୍ୟକାର ଭୂମିକା ତୁଲାଇବା ପାଇଁ ଡାକରା ମିଳି ଥିଲେ ହେଁ ସେ ଏକ ଆଇପିଏଲ ଦଳର ମୁଖ୍ୟ କୋଚ ହେବାକୁ ଆଗ୍ରହୀ ଅଛନ୍ତି । ତେଣୁ ଅନ୍ୟ ଦୁଇ କୋଚଙ୍କ ସହିତ ସେ ଅହମ୍ମଦାବାଦ ଫ୍ରାଞ୍ଚାଇଜର କୋଚ ଦାୟିତ୍ୱ ଗ୍ରହଣ କରିବା ସୂଚନା ମିଳିଛି । ଆସନ୍ତା ବର୍ଷ ଅହମ୍ମଦାବାଦ ସହିତ ଅନ୍ୟତମ ନୂଆ ଫ୍ରାଞ୍ଚାଇଜ ଲକ୍ଷେ୍ନø ମଧ୍ୟ ଆଇପିଏଲରେ ସାମିଲ ହେବ । ତେଣୁ ଦଳର ଭିତଭୂମି ପ୍ରାରମ୍ଭରୁ ଶକ୍ତିଶାଳୀ କରିବା ଲକ୍ଷ୍ୟ ନେଇ ଅହମ୍ମଦାବାଦ ଫ୍ରାଞ୍ଚାଇଜ ରବି ଶାସ୍ତ୍ରୀଙ୍କ ପରି ଜଣେ ଅଭିଜ୍ଞ କୋଚଙ୍କୁ ନିଯୁକ୍ତି କରିବା ଯୋଜନା ରଖିଛି । କାରଣ ଶାସ୍ତ୍ରୀ ଭାରତୀୟ ଦଳର କୋଚ ଭାବେ ବହୁ ଦିନ କାର୍ଯ୍ୟ କରିଛନ୍ତି । ଏହା ସହିତ ତାଙ୍କର ସପୋର୍ଟିଂ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରିବାକୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ ବିଚାର ବିମର୍ଷ ଚଳାଇଛି ।

Get real time updates directly on you device, subscribe now.