ଲଗାତାର ୩ ଥର ଏହି ଆସନରେ ହାରୁଥିଲା ବିଜେପି, ୩୯୨ ଭୋଟରେ ବିଜୟ ହାସଲ କଲେ ଏହି ନେତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏକ ବଡ଼ ବିଜୟ ହାସଲ କରିଛି ।
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ତ୍ରିଲୋକପୁରୀର ଆସନ ଉପରେ ସମସ୍ତଙ୍କର ନଜର ଥିଲା । କାରଣ ଆପ ଏହି ଆସନ ପାଇଁ ବିଧାୟକ ରୋହିତ ମେହରୌଲିୟାଙ୍କ ଟିକେଟ କାଟି ଅଞ୍ଜନା ପାରଚାଙ୍କୁ ଟିକେଟ ଦେଇଥିଲା । ଅନ୍ୟପଟେ ବିଜେପି ୩୨ ବର୍ଷୀୟ ଜଣେ ଯୁବ ନେତା ରବିକାନ୍ତ ଉଜୈନଙ୍କୁ ଟିକେଟ ଦେଇଥିଲା ।
ରବିକାନ୍ତ ଏହି ଲଢେଇରେ ଆଗୁଆ ଅଛନ୍ତି ଏବଂ ବିପୁଳ ପରିମାଣରେ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ଏହି ଆସନରେ ପାର୍ଟୀର ବିଜୟ ଏଥିପାଇଁ ଖାସ, କାରଣ ୨୦୧୩ରେ ଏହି ସିଟ୍ ଆପ ବିଜେପିଠାରୁ ଛଡାଇନେଇଥିଲା ଏବଂ ଗତ ୩ ଥର ଲଗାତାର ବିଜୟ ହାସଲ କରିଥିଲା ।
୩୯୨ ଭୋଟରେ ଜିତିଲେ: ଭାରତୀୟ ଜନତା ପାର୍ଟୀର ଏହି ୩୨ ବର୍ଷୀୟ ଯୁବ ନେତା ଆମ ଆଦମୀ ପାର୍ଟୀର ଅଞ୍ଜନା ପାରଚାଙ୍କୁ ୩୯୨ ଖଣ୍ଡ ଭୋଟରେ ହରାଇଛନ୍ତି । ରବିକାନ୍ତଙ୍କୁ ୫୮ ହଜାର ୨୧୭ ଭୋଟ ମିଳିଥିବା ବେଳେ ପାରଚାଙ୍କୁ ୫୭ ହଜାର ୮୨୫ ଭୋଟ ମିଳିଥିଲା ।