fbpx

RBIର ବଡ଼ କାର୍ଯ୍ୟାନୁଷ୍ଠାନ: ୫ଟି ବ୍ୟାଙ୍କର ଲାଇସେନ୍ସ ହେଲା ବାତିଲ୍

ନୂଆଦିଲ୍ଲୀ: ଯଦି ଆପଣ ଜଣେ ବ୍ୟାଙ୍କ ଗ୍ରାହକ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୫ଟି ବ୍ୟାଙ୍କର ଲାଇସେନ୍ସ ବାତିଲ୍ କରିଦିଆଯାଇଛି । ତେଣୁ ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଗ୍ରାହକଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ସେନେଇ ଗ୍ରାହକମାନେ ଜାଣିବା ନିହାତି ଜରୁରୀ । ଏପରି ସ୍ଥିତିରେ ପ୍ରତି ଜମାକାରୀଙ୍କୁ ଜମା ବୀମା ଓ ଲୋନ ଗ୍ୟାରେଣ୍ଟ ନିଗମ (ଡିଆଇସିଜିସି) ପକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ, ନିୟମ ଉଲ୍ଲଂଘନ କାରଣରୁ ଆରବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶର ୟୁନାଇଟେଡ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ଏହି ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ନଥିବା ସହିତ ରୋଜଗାର ସମ୍ଭାବନା ଦେଖାଯାଇନଥିଲା । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ ଲାଇସେନ୍ସ ବାତିଲ ନିଷ୍ପତ୍ତି ନେଇଥିଲା । ପୂର୍ବରୁ ୪ଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ଏବେ ପୁଣି ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯିବା ଫଳରେ ମୋଟ ୫ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ୧୧ ତାରିଖରେ କର୍ଣ୍ଣାଟକର ତୁମକୁର ସ୍ଥିତ ଶ୍ରୀ ଶାରଦା ମହିଳା ସହକାରୀ ବ୍ୟାଙ୍କ ଓ ମହାରାଷ୍ଟ୍ରର ସତାରା ସ୍ଥିତ ହରିହରେଶ୍ୱର ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେହିପରି ୫ ତାରିଖରେ ବୁଲଢଣା ସ୍ଥିତ ମଲକାପୁର ସହରୀ ସହକାରୀ ବ୍ୟାଙ୍କ ଲିମିଟେଡ ଓ ବେଙ୍ଗାଲୁରୁ ସ୍ଥିତ ସୁଶ୍ରୁତି ସୌହାଦ୍ଦର୍ଯ୍ୟ ସହକାରୀ ବ୍ୟାଙ୍କ ନିୟମିତର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କରିଦିଆଯାଇଥିଲା ।

Get real time updates directly on you device, subscribe now.