CHARIDHAM

୩୧ ଜୁଲାଇ ପର୍ଯ୍ୟନ୍ତ କେତେ ପ୍ରତିଶତ ଫେରିଛି ଦୁଇ ହଜାଟ ଟଙ୍କିଆ ନୋଟ୍‌, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇ ହଜାର ଟଙ୍କିଆ କାରବାର ବନ୍ଦ କରିବାକୁ ନିଷ୍ପତି ନେବା ପରେ ଜୁଲାଇ ୩୧ ୨୦୨୩ ସୁଦ୍ଧା ପ୍ରାୟ ୮୮ ପ୍ରତିଶତ ନୋଟ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରି ସାରିଛି । ଆରବିଆଇ ଅନୁଯାୟୀ ୧୯ ମଇ ୨୦୨୩ ପର୍ଯ୍ୟନ୍ତ ମୋଟ୍ ୩.୫୬ ଲକ୍ଷ କୋଟି ଟଙ୍କା ଦୁଇ ହଜାର ଟଙ୍କିଆ ନୋଟ୍‌ରେ ବଜାରରେ ଉପଲବ୍ଧ ଥିଲା । ଏବେ କେବଳ ୪୨ ହଜାର କୋଟି ଟଙ୍କାର ନୋଟ୍ ବଜାରରେ ରହିଯାଇଛି ।

୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ଜମା କରିବାର ଶେଷ ତାରିଖ ରହିଛି । ମଇ ୧୯, ୨୦୨୩ ରେ ଆରବିଆଇର ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଘୋଷଣା ହେବା ପରଠାରୁ ୮୮ ପ୍ରତିଶତ ନୋଟ୍ ଫେରସ୍ତ କରାଯାଇଛି। ଆରବିଆଇ କହିଛି ଯେ ଫେରି ଆସିଥିବା ୨,୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୮୭ ପ୍ରତିଶତ ନୋଟ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ଯେତେବେଳେ ୧୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଅନ୍ୟ ନୋଟ୍ ସହିତ ବଦଳ ହୋଇଛି।