fbpx

ବ୍ୟାଙ୍କକୁ ଫେରିଲା ୨୦୦୦ ଟଙ୍କାର ୯୩% ନୋଟ୍: ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମା କରିବାର ଶେଷ ସୁଯୋଗ ଦେଇଛି RBI

Advertisement

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଏକ ବଡ ଅପଡେଟ ଜାରି କରିଛି । ନୂଆ ତଥ୍ୟ ଅନୁଯାୟୀ, ୨୦୦୦ ଟଙ୍କା ନୋଟର ମୋଟ ୯୩ ପ୍ରତିଶତ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ବଜାରରେ କେବଳ ୭ ପ୍ରତିଶତ ଅଂଶ ଉପଲବ୍ଧ ରହିଛି ।

୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କା ନୋଟକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡିବ । ଅବଶ୍ୟ ଏହାରି ମଧ୍ୟରେ ୨୦୦୦ ଟଙ୍କା ନୋଟକୁ ଚାଲୁ ରଖାଯିବ । କୌଣସି ଦୋକାନୀ କିମ୍ବା ଅନ୍ୟ କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ ।

ରିଜର୍ଭ ବ୍ୟାଙ୍କ ଦ୍ୱାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ୨୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇଥିବା ୨୦୦୦ ନୋଟର ମୋଟ ମୂଲ୍ୟ ୩.୩୨ ଲକ୍ଷ କୋଟି ଟଙ୍କା ଥିଲା । ଏହାର ଅର୍ଥ ହେଉଛି, ୩୧ ଅଗଷ୍ଟ ୨୦୨୩ ରେ କେବଳ ୦.୨୪ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କାର ନୋଟ୍ ପ୍ରଚଳନ ହୋଇଥିଲା, ଯାହା ସମୁଦାୟ ୨୦୦୦ ନୋଟର ୭ ପ୍ରତିଶତ ।

୮୭ ପ୍ରତିଶତ ନୋଟ୍ ଜମା ହୋଇଛି :-

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କିଆ ନୋଟର ପ୍ରାୟ ୮୭ ପ୍ରତିଶତ ବ୍ୟାଙ୍କରେ ଜମା ହୋଇଥିବାବେଳେ ୧୩ ପ୍ରତିଶତ ଅନ୍ୟ ନୋଟ୍ ସହିତ ବିନିମୟ ହୋଇଛି । ସୂଚନାଯୋଗ୍ୟ ଯେ ୩୧ ମାର୍ଚ୍ଚ ୨୦୨୩ ରେ ପ୍ରଚଳିତ ନୋଟଗୁଡିକର ମୋଟ ମୂଲ୍ୟ ୩.୬୨ ଲକ୍ଷ କୋଟି ଥିଲା, ଯାହା ୧୯ ମଇ ୨୦୨୩ ରେ ପ୍ରତ୍ୟାହାର ଘୋଷଣା ସମୟରେ ୩.୫୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ କିମ୍ବା ଅନ୍ୟ ନୋଟ୍ ସହିତ ବଦଳାଇବାକୁ ଅନୁରୋଧ କରିଛି ।

Get real time updates directly on you device, subscribe now.