fbpx

RBIର ବଡ଼ ଆକ୍ସନ୍, Gold Loan ଦେବା ନେଇ ଏହି କମ୍ପାନୀ ଉପରେ ଲାଗିଲା ରୋକ୍

Advertisement

ନୂଆଦିଲ୍ଲୀ: ନିକଟରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ପରେ ଏହି କମ୍ପାନୀ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହି କମ୍ପାନୀ ଉପରେ ବଡ଼ ଆକ୍ସନ ନେଇଛି । ବାସ୍ତବରେ ଏକ ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ IIFL Finance କୁ ଗ୍ରାହକଙ୍କୁ ନୂଆ ସ୍ୱର୍ଣ୍ଣ ଋଣ ପ୍ରଦାନ କରିବା ଉପରେ ରୋକ ଲଗାଇଛି ଆରବିଆଇ । ସୋମବାର RBI ଦ୍ୱାରା ଜାରି ଏକ ବିବୃତ୍ତିରୁ ପ୍ରକାଶ ଯେ IIFL ଗୋଲ୍ଡ ଲୋନ୍ ପୋର୍ଟଫୋଲିଓରେ କିଛି supervisory concerns କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

IIFL Finance ଗୋଲ୍ଡ ବିଜନେସ୍ ଜାରି ରଖିପାରିବ କିନ୍ତୁ ଗ୍ରାହକଙ୍କୁ ନୂଆ ସ୍ୱର୍ଣ୍ଣ ଋଣ ପ୍ରଦାନ କରିପାରିବ ନାହିଁ । RBI ଏହି ମାମଲା ଉପରେ ଏକ ବିବୃତ୍ତି ପ୍ରକାଶ କରି କହିଛି ଯେ RBI ଆକ୍ଟ ୧୯୩୪ର ଧାରା 45 L(1)B ଅନ୍ତର୍ଗତ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉକ୍ତ କମ୍ପାନୀର ଅର୍ଥିକ ସ୍ଥିତିକୁ ନିରୀକ୍ଷଣ କରିଥିଲା ଆବିଆଇ । ଏହି ସମୟରେ କମ୍ପାନୀର ଲୋନ୍ ଟୁ ଭେଲୁ୍ୟ ରେସିଓ (LTV)ରେ ଅନିୟମିତତା ଦେଖିବାକୁ ମିଳିଥିଲା । ଏହା ଗ୍ରାହକଙ୍କ ସ୍ୱାର୍ଥକୁ ପ୍ରଭାବିତ କରିଥିବାର ନଜରକୁ ଆସିଥିଲା । ବର୍ତ୍ତମାନ ଆରବିଆଇ ଏହି କମ୍ପାନୀର ଏକ ସ୍ୱତନ୍ତ୍ର ଅଡିଟ୍ ପାଇଁ ପ୍ରସ୍ତୁତି କରୁଛି ।

Get real time updates directly on you device, subscribe now.