fbpx

କ୍ରେଡିଟ୍ କାର୍ଡ଼ଧାରୀଙ୍କ ପାଇଁ RBIର ଉପହାର, ଏଣିକି ଚୟନ କରିପାରିବେ ନିଜ ପସନ୍ଦର ନେଟୱାର୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ତରଫରୁ କ୍ରେଡିଟ୍ କାର୍ଡ଼ଧାରୀଙ୍କ ପାଇଁ ଏକ ଉପହାର ଆଣିଛି । ବର୍ତ୍ତମାନ କ୍ରେଡିଟ୍ କାର୍ଡ଼ଧାରୀ ନିଜ ପସନ୍ଦର ନେଟୱାର୍କ ଚୟନ କରିପାରିବେ । ଏନେଇ ବୁଧବାର ଆରବିଆଇ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ ଆକ୍ଟ ୨୦୦୭ ଅନ୍ତର୍ଗତ ଆରବିଆଇ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ନିଜ ଇଚ୍ଛା ଅନୁଯାୟୀ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ଼ ନେଟୱାର୍କର ପ୍ରଦାନ କରିପାରିବେ ନାହିଁ । ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ଼ ଚୟନ କରିବା ପାଇଁ ବିକଳ୍ପ ପ୍ରଦାନ କରିବ । ଏହା ଦ୍ୱାରା କ୍ରେଡିଟ୍ କାର୍ଡ଼ଧାରୀଙ୍କ ସହ ଘରୋଇ କାର୍ଡ଼ ନେଟୱାର୍କ rupayକୁ ମଧ୍ୟ ଫାଇଦା ହେବ । ଏହି ନିର୍ଦ୍ଦେଶାବଳୀରେ ଆରବିଆଇ ସ୍ପଷ୍ଟ କରିଛି ଯେ କାର୍ଡ଼ ପ୍ରଦାନକାରୀମାନେ କାର୍ଡ଼ ନେଟୱାର୍କ ସହିତ ଏପରି କୌଣସି ଚୁକ୍ତି କରିବେ ନାହିଁ ଯଦ୍ୱାରା ଅନ୍ୟ କାର୍ଡ଼ ସେବା ପାଇବାରେ ଗ୍ରହକଙ୍କୁ ଅସୁବିଧା ହେଉଥିବ । ତେବେ ପୁରୁଣା ଗ୍ରାହକମାନଙ୍କ ପାଖରେ କାର୍ଡ଼ ରିନୁ୍ୟ ସମୟରେ ନେଟୱାର୍କ ଚୟନ କରିବା ପାଇଁ ବିକଳ୍ପ ରହିବ । ଭାରତରେ ସ୍ୱିକୃତିପାପ୍ତ କାର୍ଡ଼ ନେଟୱାର୍କ ଭାବେ ଆମେରିକାନ୍ ଏକ୍ସପ୍ରେସ, ମାଷ୍ଟର କାର୍ଡ଼, ଡାଇନର୍ସ କ୍ଲବ, ଭିଜା ଏବଂ rupay ପରିଚିତ ।

Get real time updates directly on you device, subscribe now.