fbpx

RCBକୁ ଠକିଦେଲେ ଅକ୍ସନର ମଲ୍ଲିକା! ନିଲାମୀରେ ବଡ଼ ଭୁଲ, ବାଙ୍ଗାଲୋରକୁ ୨୦ ଲକ୍ଷ ଟଙ୍କାର ଝଟକା

ନୂଆଦିଲ୍ଲୀ: ଦୁବାଇରେ ଜାରି ରହିଛି ଆଇପିଏଲ-୨୦୨୪ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ଅକ୍ସନର ଭାବରେ ଜଣେ ମହିଳା ଦାୟିତ୍ୱ ତୁଲାଉଛନ୍ତି । ମଲ୍ଲିକା ସାଗରଙ୍କୁ ଚଳିତବର୍ଷ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ପ୍ରଥମ ସିଜନରେ ହିଁ ଏକ ବଡ଼ ଭୁଲ କରି ଦେଇଛନ୍ତି ମଲ୍ଲିକା । ଯାହାର ପରିଣାମ ବିରାଟ କୋହଲିଙ୍କ ଦଳକୁ ଭୋଗିବାକୁ ପଡ଼ିଛି । ମଲ୍ଲିକାଙ୍କ ଭୁଲ ପାଇଁ ବାଙ୍ଗାଲୋର ୨୦ ଲକ୍ଷ ଟଙ୍କା କ୍ଷତି ସହିଛି । ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ବଡ଼ ପ୍ଲାଟଫର୍ମରେ ଏଭଳି ଏକ ଭୁଲକୁ ନେଇ ବର୍ତ୍ତମାନ ଆଲୋଚନାର ଶିକାର ହୋଇଛନ୍ତି ଅକ୍ସନର ମଲ୍ଲିକା ।

ରିପୋର୍ଟ ଅନୁସାରେ, ୱେଷ୍ଟଇଣ୍ଡିଜ ବୋଲର ଅଲଜାରୀ ଜୋସେଫଙ୍କୁ ନେଇ ନିଲାମ ପ୍ରକ୍ରିୟା ଜାରି ରହିଥିବା ବେଳେ ଏକ ବଡ଼ ଭୁଲ ହୋଇଥିବା ଜାଣିବାକୁ ମିଳିଛି । ମହିଳା ଅକ୍ସନର ଅଲ୍ଲିକା ସାଗରଙ୍କ ଦ୍ୱାରା ହୋଇଥିବା ଏହି ଭୁଲ ପାଇଁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏକ ବଡ଼ ଝଟକା ଲାଗିଛି । ଜୋସେଫଙ୍କ ବେସ୍ ପ୍ରାଇସ ୧ କୋଟି ଟଙ୍କା ରହିଥିବା ବେଳେ ବାଙ୍ଗାଲୋର ତାଙ୍କୁ ୧୧.୫୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଜୋସେଫଙ୍କ ପାଇଁ ନିଲାମ ଡାକିଥିଲେ । କିନ୍ତୁ ୩ କୋଟି ପରେ ଅଟକି ଯାଇଥିଲା ଚେନ୍ନାଇ । ଏହାପରେ ବାଙ୍ଗାଲୋର ଏବଂ ଲକ୍ଷେ୍ନø ବିଡ୍ ଲଗାଇଥିଲେ । ତେବେ ନିଲାମ ୬.୪୦ କୋଟରେ ପହଞ୍ଚିଥିବା ବେଳେ କିଛି ସମୟ ପାଇଁ ଚୁପ ରହିଥିଲେ ସମସ୍ତ ଦଳ ।

ଏହି ସମୟରେ ହିଁ ମଲ୍ଲିକା ଏକ ବଡ଼ ଭୁଲ କରିଦେଇଛନ୍ତି । କିଛି ସମୟ ପାଇଁ ବିଡ୍ ବନ୍ଦ ରହିବା ପରେ ପୁଣିଥରେ ବାଙ୍ଗାଲୋର ନିଲାମ ଡାକିଥିଲା । କିନ୍ତୁ ଏଠାରେ ମଲ୍ଲିକା ୬.୬୦ ଟଙ୍କାର ନିଲାମ ଡାକିବା ପରିବର୍ତ୍ତେ ୬.୮୦ କୋଟି ଡାକିଛନ୍ତି । ତେଣୁ ୬.୮୦ରୁ ଆଗକୁ ଜାରି ରହିଥିଲା ନିଲାମ ପ୍ରକ୍ରିୟା । ଶେଷରେ ୧୧.୫୦ କୋଟି ଟଙ୍କା ବିନିମୟରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଜୋସେଫଙ୍କୁ ଦଳରେ ସାମିଲ କରିଛି । କିନ୍ତୁ ମଲ୍ଲିକାଙ୍କ ଏହି ଭୁଲ ପାଇଁ ଦଳକୁ ୨୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି ।

Get real time updates directly on you device, subscribe now.