fbpx

ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ, ଦାଖଲ ହେଲା ସତ୍ୟପାଠ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି । ବଢ଼ୁଥିବା ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ବିଷାକ୍ତ ବାୟୁକୁ ନେଇ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ପଡିଲେ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍ ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ଏହା ପରେ ବାୟୁ ପ୍ରଦୂଷଣକୁ ରୋକିବାକୁ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗି ଦିଲ୍ଲୀ ପ୍ରସ୍ତୁତ ହୋଇଛି । ଏନେଇ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଦିଲ୍ଲୀ ସରକାର । ଏନସିଆର ଅଞ୍ଚଳରେ ବି ଲକଡାଉନ୍ କରିବାକୁ ଦିଲ୍ଲୀ ସରକାର କହିଛନ୍ତି । ଏନସିଆର ସମେତ ପଡୋଶୀ ରାଜ୍ୟରେ ଲକଡାଉନ୍ ହେଲେ ଆହୁରି ଫଳପ୍ରଦ ହେବ ବୋଲି ସରକାର କହିଛନ୍ତି । ନଡ଼ାଜଳା ଯୋଗୁଁ ମାତ୍ର ୧୦% ପ୍ରଦୂଷଣ ହେଉଥିବା ନେଇ କେନ୍ଦ୍ର ସରକାର କହିଛନ୍ତି ।

ତେବେ ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନିମ୍ନ ସ୍ତରରେ ରହିଛି । ତେଣୁ ପରିସ୍ଥିତି ଅତି ଜଟିଳ ହେବା ପୂର୍ବରୁ ସେଠାରେ ଲକଡାଉନ ଲାଗୁ ସମ୍ଭାବନା ଦେଖାଦେଇଛି । ସେଥିପାଇଁ ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ତେଣୁ ଏହି ସମୟରେ ଘରୋଇ ଓ ସରକାରୀ କର୍ମଚାରୀମାନେ ୭ ଦିନ ପର୍ଯ୍ୟନ୍ତ ୱାର୍କ ଫ୍ରମ୍ ହୋମ୍ କରିବା ପାଇଁ କୁହାଯାଇଛି । ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଇଣ୍ଡେକ୍ସ (ଏସଏଏଫଏଆର) ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବର୍ତ୍ତମାନ ପ୍ରାୟ ୩୮୬ ରହିଛି ।

Get real time updates directly on you device, subscribe now.