ଏହି କାରଣ ପାଇଁ ଗୋବିନ୍ଦାଙ୍କ ଉପରେ ରାଗି ଯାଇଛନ୍ତି ସୁନୀତା, ଜଣାପଡ଼ିଲା ବିବାହ ବିଚ୍ଛେଦ ପଛରେ କିଏ?

ଛାଡ଼ପତ୍ର ପାଇଁ କରିଛନ୍ତି ଆବେଦନ । ଅନେକ ଦିନ ହେବ ରହୁଛନ୍ତି ଅଲଗା ।

ମୁମ୍ବାଇ: ବଲିଉଡରେ ନାମକରା ଅଭିନେତା ଭାବେ ଜଣାଯାଉଥିବା ଗୋବିନ୍ଦାଙ୍କୁ ନେଇ ଆସିଛି ବଡ଼ ଖବର । ବଡ଼ ପରଦାଠାରୁ ଦୂରରେ ଥିବା ଗୋବିନ୍ଦଙ୍କୁ ନେଇ ଆସିଛି ସଙ୍ଗିନ ଅଭିଯୋଗ ।

ରାଗିଛନ୍ତି ସୁନୀତା: ମିଡିଆ ରିପୋର୍ଟ ମୁତାବକ ଗୋବିନ୍ଦାଙ୍କ ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ସୁନୀତା ଏବେ ପୁରା ଖପ୍ପା । ଯାହାପାଇଁ ଦୁହେଁ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ଗୋବିନ୍ଦା ଏବେ କୁଆଡେ ଜଣେ ମରାଠୀ ନାୟିକାଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଯାହା ପାଇଁ ତାଙ୍କ ଘରେ ଏତେବଡ଼ ଝଡ଼ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଅଲଗା ରହୁଛନ୍ତି: ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି ସ୍ତ୍ରୀ ସୁନୀତା ଓ ପିଲାମାନେ । ଏଳହାପଛର କାରଣ ହେଉଛି ଗୋବିନ୍ଦଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ । କାରଣ ଗୋବିନ୍ଦାଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଯୋଗୁ ୩୭ ବର୍ଷର ବୈବାହିକ ଜୀବନ ତୁଟିବାକୁ ଯାଉଛି ।

୩୦ ବର୍ଷ ସାନ: ସୂଚନା ମୁତାବକ ଗୋବିନ୍ଦା ଯେଉଁ ନାୟିକାଙ୍କ ପ୍ରେମରେ ପଡ଼ିଛନ୍ତି, ତାଙ୍କ ବୟସ ୩୦ ବର୍ଷ; ଗୋବିନ୍ଦାଙ୍କଠାରୁ ସେ ପ୍ରାୟ ୩୦ ବର୍ଷ ସାନ । ହେଲେ ଏହି ମରାଠୀ ନାୟିକାଙ୍କ ପ୍ରେମରେ ଏବେ ଗୋବିନ୍ଦା । ଯାହାପାଇଁ ସୁନୀତାଙ୍କୁ ଛାଡ଼ିବାକୁ ସେ ରାଜି ହୋଇଥିବା ମିଡିଆ ଖବରରୁ ଜଣାପଡ଼ିଛି ।

୧୯୮୭ରେ ଗୋବିନ୍ଦା ଓ ସୁନୀତା ପ୍ରେମ ବିବାହ କରିଥିଲେ । ବାହାଘର ବେଳେ ସୁନୀତାଙ୍କ ବୟସ ଖୁବ୍ କମ୍ ଥିଲା । ହେଲେ ଦୁହେଁ ବିବାହର ନିଷ୍ପତ୍ତି ନେଇଥିଲେ । ପ୍ରେମ ସମ୍ପର୍କରେ କମ୍ ଦିନ ରହିବା ପରେ ସେମାନେ ବାହା ହୋଇଯାଇଥିଲେ । ସେମାନଙ୍କର ଗୋଟିଏ ପୁଅ ଓ ଝିଅ ଅଛି ।