fbpx

ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟ କୋହଲି ହଠାତ୍ ଅଧିନାୟକ ପଦ ଛାଡ଼ିବାର ଘୋଷଣା କଲେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ ସବୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ବିରାଟ କୋହଲିଙ୍କୁ ନେଇ ଖୁବ୍ ଚର୍ଚ୍ଚା । ଆଇସିସି ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାର ଠିକ୍ ଏକ ମାସ ପୂର୍ବରୁ କୋହଲି ଟି-୨୦ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାର ଘୋଷଣା କରିଛନ୍ତି । ଏହି ଘଟଣା ସମସ୍ତଙ୍କୁ ଚମକାଇବା ସ୍ୱାଭାବିକ । ହଠାତ୍ କୋହଲିଙ୍କ ଏହି ନିଷ୍ପତ୍ତିକୁ ତାଙ୍କର ଫ୍ୟାନ୍ ଓ କ୍ରୀଡ଼ାପ୍ରେମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କୋହଲି ପଦ ଛାଡ଼ିବାର କାରଣ ବିଷୟରେ ଉଲ୍ଲେଖ କରିଥିଲେ ହେଁ ଏହା ପଛରେ ଅନେକ ବାସ୍ତବ କାରଣ ରହିଛି ।

୧- ବିରାଟ କୋହଲି ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଶତକ ହାସଲ କରିନାହାନ୍ତି । ଶେଷଥର ପାଇଁ ସେ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ, ଯାହାକି ଦଳର ଅଧିନାୟକ ହିସାବରେ ତାଙ୍କର ପ୍ରଦର୍ଶନକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା ।

୨- କରୋନା ସଙ୍କଟ ମଧ୍ୟରେ ଗତ ଜୁନରେ ପ୍ରଥମ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଖେଳାଯାଇଥିଲା । କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲା । ମାତ୍ର ଫାଇନାଲରେ ଦଳ ନ୍ୟୁଜିଲାଣ୍ଡଠାରୁ ଏକତରଫା ଭାବେ ପରାସ୍ତ ହୋଇଥିଲା ।

୩- କୋହଲି ଅଧିନାୟକ ହେବା ପରେ ୨୦୧୭ରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିଥିଲା । ମାତ୍ର ଫାଇନାଲରେ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୩୮ ରନ ସଂଗ୍ରହ କରିଥିବା ବେଳେ ଭାରତ ୩୧ ଓଭରରେ ମାତ୍ର ୧୫୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

୪- କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଉଚ୍ଚକୋଟୀର ପ୍ରଦର୍ଶନ କରି ଇଂଲଣ୍ଡରେ ହେଉଥିବା ୨୦୧୯ ୱାର୍ଲ୍ଡ କପ୍ ସେମିଫାଇନାଲରେ ପ୍ରବେଶ କରିଥିଲା । ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦାବିଦାର ଭାରତ ସହ ନ୍ୟୁଜିଲାଣ୍ଡର ମୁକାବିଲା ହୋଇଥିଲା । ମାତ୍ର ବର୍ଷା ବାଧକ କାରଣରୁ ଭାରତ ୨୪୦ ରନର ଟାର୍ଗେଟକୁ ପିଛା କରିନପାରି ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.