ଜମି, ଘର, ଦୋକାନ, ଫ୍ଲାଟ୍ ଇତ୍ୟାଦି କିଣିବା ସମୟରେ ଷ୍ଟାମ୍ପ ଡ୍ୟୁଟିର ଏକ ବଡ଼ ବୋଝ ହୋଇଥାଏ । କ୍ରେତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଭାବରେ ଦେବାକୁ ପଡ଼ୁଛି । ସମ୍ପତ୍ତିର କ୍ରୟ, ବିକ୍ରୟ କିମ୍ବା ଟ୍ରାନ୍ସଫର ଉପରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହୁଏ । ଏହି ଟିକସ ରାଜ୍ୟ ସରକାର ସଂଗ୍ରହ କରନ୍ତି ।
ସମ୍ପତ୍ତିର ବଜାର ମୂଲ୍ୟ କିମ୍ବା କାରବାର ମୂଲ୍ୟ (ଯେଉଁଟି ଅଧିକ) ଉପରେ ଷ୍ଟାମ୍ପ ଡ୍ୟୁଟି ଲାଗୁ କରାଯାଏ । ଏବେ ପ୍ରଶ୍ନ ହେଉଛି କି ଆଇନଗତ ଉପାୟରେ ଷ୍ଟାମ୍ପ ଡ୍ୟୁଟିର ବୋଝ ହ୍ରାସ କରାଯାଇପାରିବ କି? ଉତ୍ତର ହେଉଛି ହଁ ! ସମ୍ପତ୍ତି ପଞ୍ଜୀକରଣରେ ଷ୍ଟାମ୍ପ ଡ୍ୟୁଟି ଖର୍ଚ୍ଚ ହ୍ରାସ କରିବାର ଅନେକ ପଦ୍ଧତିଗୁଡ଼ିକ ଆସନ୍ତୁ ଜାଣିବା ।
ପତ୍ନୀଙ୍କୁ ମିଳିତ ମାଲିକାନା ଦିଅନ୍ତୁ :
ଯଦି ଆପଣ ସମ୍ପତ୍ତି କ୍ରୟ ଉପରେ ଷ୍ଟାମ୍ପ ଡ୍ୟୁଟି ସଞ୍ଚୟ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ସ୍ତ୍ରୀଙ୍କୁ ମିଳିତ ମାଲିକାନା ଦିଅନ୍ତୁ । ଆପଣଙ୍କ ସ୍ତ୍ରୀଙ୍କ ବ୍ୟତୀତ, ଆପଣ ଆପଣଙ୍କ ମାଆ କିମ୍ବା ଅନ୍ୟ କୌଣସି ମହିଳାଙ୍କ ସହିତ ମିଳିତ ମାଲିକାନା କରି ମଧ୍ୟ ଟିକସ ସଞ୍ଚୟ କରିପାରିବେ ।
ଅନେକ ଭାରତୀୟ ରାଜ୍ୟ ମହିଳା କ୍ରେତାଙ୍କ ପାଇଁ କମ୍ ଷ୍ଟାମ୍ପ ଡ୍ୟୁଟି ଆଦାୟ କରନ୍ତି । ଉଦାହରଣ ସ୍ୱରୂପ, ଦିଲ୍ଲୀରେ, ମହିଳାମାନେ ପୁରୁଷମାନଙ୍କ ପାଇଁ ଛଅ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ତୁଳନାରେ ମାତ୍ର ଚାରି ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦିଅନ୍ତି । ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ ସମାନ ରିହାତି ରହିଛି ।
ସମ୍ପତ୍ତିର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ :
ବେଳେବେଳେ ସମ୍ପତ୍ତିର ମୂଲ୍ୟ ବଜାର ମୂଲ୍ୟଠାରୁ କମ୍ ଥାଏ, କିନ୍ତୁ ଅଧିକ ପରିମାଣରେ ଚୁକ୍ତି ହୋଇଥାଏ । ସରକାରୀ ନିର୍ଦ୍ଦେଶାବଳୀ ମୂଲ୍ୟ ଏବଂ ବଜାର ମୂଲ୍ୟ ତୁଳନା କରି ସଠିକ୍ ମୂଲ୍ୟାଙ୍କନ କରାନ୍ତୁ । ଏହା କରିବା ଦ୍ୱାରା ଆପଣ ଷ୍ଟାମ୍ପ ଡ୍ୟୁଟି ସଞ୍ଚୟ କରିପାରିବେ ।
ଅବଶ୍ୟ ଏଥିପାଇଁ ଆପଣଙ୍କୁ ପ୍ରମାଣ ଦେବାକୁ ପଡିବ । କ୍ରେତାଙ୍କୁ ପ୍ରମାଣ ଦାଖଲ କରିବାକୁ ପଡିବ ଯେ ସମ୍ପତ୍ତିର ବଜାର ମୂଲ୍ୟ ସର୍କଲ ରେଟ୍ ଠାରୁ କମ୍ । ଏହା ପରେ ଯଦି କଲେକ୍ଟର ବଜାର ମୂଲ୍ୟ ସର୍କଲ ରେଟ୍ ଠାରୁ କମ୍ ପାଆନ୍ତି, ତେବେ ଷ୍ଟାମ୍ପ ଡ୍ୟୁଟି ହ୍ରାସ ପାଇବ ।
କର ଛାଡ଼ ଦାବି କରନ୍ତୁ :
ଭାରତରେ ଆୟକର ଆଇନର ଧାରା ୮୦ଉ ଅନୁଯାୟୀ, ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅବିଭକ୍ତ ପରିବାର (ଏଚୟୁଏଫ) ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଶୁଳ୍କ ସମେତ ଆବାସିକ ସମ୍ପତ୍ତି କ୍ରୟ ସହିତ ଜଡିତ ଖର୍ଚ୍ଚ ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦାବି କରିପାରିବେ ।
ଏହି ରିହାତି କେବଳ ସେହି ଆର୍ôଥକ ବର୍ଷରେ ପ୍ରଯୁଜ୍ୟ, ଯେତେବେଳେ ପ୍ରକୃତ ଦେୟ କରାଯାଏ । ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ସୁବିଧା କେବଳ ନୂତନ ଆବାସିକ ସମ୍ପତ୍ତି ପାଇଁ ଉପଲବ୍ଧ, ପୁରୁଣା କିମ୍ବା ବାଣିଜ୍ୟିକ ସମ୍ପତ୍ତି ପାଇଁ ନୁହେଁ ।
ସୁଲଭ ସମ୍ପତ୍ତି କିଣନ୍ତୁ :
ଆପଣ ସୁଲଭ ମୂଲ୍ୟରେ ସମ୍ପତ୍ତି କିଣି ଷ୍ଟାମ୍ପ ଡ୍ୟୁଟିରେ ବହୁତ ସଞ୍ଚୟ କରିପାରିବେ । ଅନେକ ରାଜ୍ୟ ସରକାର ସୁଲଭ ଗୃହ ଉପରେ ରିହାତି ପ୍ରଦାନ କରନ୍ତି । ଉଦାହରଣ ସ୍ୱରୂପ, ଦିଲ୍ଲୀ ସୁଲଭ ଗୃହ ଯୋଜନା ଅଧୀନରେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଫ୍ଲାଟ କ୍ରୟ କରୁଥିବା ପ୍ରଥମ ଥର ପାଇଁ ଘର କ୍ରେତାଙ୍କୁ ସମ୍ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଛାଡ଼ ପ୍ରଦାନ କରେ ।