fbpx

ନାବାଳକଙ୍କୁ ରାସ୍ତାରେ ଗାଡ଼ି ଚଳାଇବା ମନା: ଧରା ପଡ଼ିଲେ ବନ୍ଧା ହେବେ ପିଲାମାନଙ୍କ ଅଭିଭାବକ

ଭୁବନେଶ୍ୱର: ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ । ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କହିଛନ୍ତି ରାଜ୍ୟ ସରକାର । ଏନେଇ ଆଜିଠୁ ଜୋରଦାର ଧରପକଡ ଚେକିଂ ଆରମ୍ଭ ହୋଇଛି । ରାସ୍ତାରେ ଗାଡି ଚଳାଉଥିବା ଅବସ୍ଥାରେ ଯଦି କୌଣସି ନାବାଳକ ଧରା ପଡନ୍ତି ତାହାଲେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏଫଆଇଆର ରୁଜ୍ଜୁ ହେବ ।

ସେହିପରି ଏସଟିଏର ଏହି ନିୟମକୁ କଡାକଡି ଭାବରେ ବିଭାଗୀୟ ଅଧିକାରୀମାନେ ପାଳନ କରୁଛି । ହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚେକିଂ କଡାକଡି ଆରମ୍ଭ ହୋଇଯାଇଛି । ରାସ୍ତାରେ ଗାଡି ଅଟକାଇ ଏସଟିଏ କର୍ମଚାରୀମାନେ ତନ ତନ କରି ଯାଞ୍ଚ କରୁଛନ୍ତି ।

Get real time updates directly on you device, subscribe now.