PSTET ୨୦୨୪ ପାଇଁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଶିକ୍ଷକତାରେ କ୍ୟାରିୟର କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନିକଟରେ ପଞ୍ଜାବ ରାଜ୍ୟ ଶିକ୍ଷା ବୋର୍ଡ଼(PSEB) ପଞ୍ଜାବ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(PSTET) ୨୦୨୪ ପାଇଁ ନୋଟିଫିକେସନ୍ ଜାରି କରିଛି । ଏଥିପ୍ରାଇଁ ପ୍ରାର୍ଥୀ ଜଣଙ୍କୁ ଅଫିସିଆଲ ୱେବସାଇଟ୍ pstet.pseb.ac.inକୁ ଯାଇ ପଞ୍ଜିକରଣ କରିପାରିବେ । ତେବେ ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ୪ ନଭେମ୍ବର  ।

ପଞ୍ଜାବ ଷ୍ଟେଟ୍ କାଉନସିଲ ଅଫ୍ ଇଜୁକେସନାଲ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ଅକ୍ଟୋବର ୧୬କୁ PSTET ନୋଟିଫିକେସନ୍ ଜାରି କରିଥିଲା । ଏହି ନୋଟିଫିକେସନ୍ ଅନୁଯାୟୀ ଡିସେମ୍ବର ୧ରେ ପରୀକ୍ଷା ହେବାକୁ ଥିବା ବେଳେ ନଭେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଆବେଦନରେ ସଂଶୋଧନ କରିହେବ । ରାଜ୍ୟରେ ୧ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକତା ଯୋଗ୍ୟତା ପାଇଁ ପେପର-୧ ଏବଂ ପେପର-୨ ପରୀକ୍ଷା ଆୟୋଜିତ ହେବ ।

ପେପର-୧ ଏବଂ ପେପର-୨ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା

ପେପର-୧ ପାଇଁ ପ୍ରାର୍ଥୀ ସର୍ବନିମ୍ନ ୪୫% ମାର୍କ ସହ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏହା ସହ ୨ ବର୍ଷୀୟ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଇଜୁକେସନ(D.El.Ed) ଏବଂ ସ୍ନାତକ କରିଥିବେ । ଏହି ପରୀକ୍ଷା ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆବେଦନ କରିପାରିବେ । ପେପର-୧ରେ ମୋଟ୍ ୫ଟି ଶ୍ରେଣୀ ରହିବ ଯେଉଁଥିରେ ୧୫୦ ମାର୍କର ୧୫୦ଟି ପ୍ରଶ୍ନ ରହିବ । ପ୍ରତ୍ୟେକ ଶ୍ରେଣୀରେ ୩୦ ମାର୍କର ୩୦ଟି ପ୍ରଶ୍ନ ରହିବ । ତେବେ ଏହି ଶ୍ରେଣୀ ଗୁଡ଼ିକ ହେଲା ଶିଶୁ ବିକାଶ ଏବଂ ପେଡାଗଗି, ପର୍ଯ୍ୟାବରଣ ଅଧ୍ୟୟନ, ଗଣିତ, ଭାଷା(ପଞ୍ଜାବୀ) ଏବଂ ଭାଷା(ଇଂରାଜୀ) । ପରୀକ୍ଷା ଅଢ଼େଇ ଘଣ୍ଟାର ହେବ ।

ସେହିପରି ପେପର- ୨ ପରୀକ୍ଷା ମଧ୍ୟ ଅଢ଼େଇ ଘଣ୍ଟାର ରହିବ । ଏଥିରେ ମୋଟ୍ ୧୫୦ ମାର୍କର ୧୫୦ଟି ପ୍ରଶ୍ନ ରହିବ । ଏଥିରେ ଶିଶୁ ବିକାଶ ଏବଂ ପେଡାଗଗି, ଭାଷା(ପଞ୍ଜାବୀ) ଏବଂ ଭାଷା(ଇଂରାଜୀ) ଶ୍ରେଣୀରେ ୩୦ ମାର୍କର ୩୦ଟି ପ୍ରଶ୍ନ ରହିବ । ଏହା ବ୍ୟତୀତ ଅନ୍ୟ ବିଷୟ ସମ୍ବନ୍ଧିତ ୬୦ ମାର୍କର ୬୦ ପ୍ରଶ୍ନ ରହିବ । ତେବେ ପରୀକ୍ଷାର୍ଥୀଙ୍କୁ ବିଶେଷ ଅନୁରୋଧ ସେମାନେ ଆଡମିଟ୍ କାର୍ଡ଼ର ଏକ ପ୍ରିଣ୍ଟ ଆଉଟ୍ ରଖିଥିବେ । ଏହା ପରୀକ୍ଷାର ୭-୧୦ ଦିନ ପୂର୍ବରୁ ଉପଲବ୍ଧ ହେବ । ବିନା ଆଡମିଟ୍ କାର୍ଡ଼ରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

Get real time updates directly on you device, subscribe now.