fbpx

Relationship Tips: ବ୍ରେକ୍ଅପ୍ ପରେ Ex Partner ସହ Patch up କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ସେହିପରି ଭଲପାଇବା ବି ଏକ ପ୍ରକାର ଡିଜିଟାଲ ହୋଇଯାଇଛି । ଆଜିକାଲି ଅନଲାଇନ୍ ଚାଟିଂ, ଭିଡ଼ିଓ କଲିଂ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ିଉଠୁଛି । ବିଶେଷ କରି ଯୁବ ପିଢ଼ିମାନେ ଏସବୁରେ ବେଶି ମାତୁଛନ୍ତି । ଯେତିକି ଶୀଘ୍ର ସମ୍ପର୍କ ଗଢ଼ି ଉଠୁଛି ସେତିକି ଶୀଘ୍ର ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହେଉଛି । ବେଳେ ବେଳେ ଛୋଟ ଛୋଟ କଥାରେ କିଏ ରାଗି ଯାଉଛି ତ ପୁଣି କେତେବେଳେ ପରସ୍ପର ଉପରେ ସନ୍ଦହ କରିଥାନ୍ତି । ଏହା ବ୍ୟତୀତ କମ୍ୟୁନିକେସନ୍ ଗ୍ୟାପ୍ ସମ୍ପର୍କରେ ଫାଟ ସୃଷ୍ଟି କରିବାର ଏକ ମୁଖ୍ୟ କାରଣ । ଗୋଟିଏ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ଯେମିତି ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଯାଇଛି । ଅଧିକାଂଶ ସମୟରେ ପାର୍ଟନରଙ୍କ ମଧ୍ୟରେ ଝଗଡ଼ା ହେଲା ପରେ କ୍ରୋଧରେ ପରସ୍ପରକୁ କଟୁ କଥା କହିଥାନ୍ତି ଏବଂ ବ୍ରେକ୍ଅପ୍ ଭଳି ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ମାମଲା ଥଣ୍ଡା ହେବା ପରେ ପାର୍ଟନର ପରସ୍ପରକୁ ମନେ ପକାଇଥାନ୍ତି । ସେମାନେ ପୁଣି ଥରେ Patch up କରିବା ପାଇଁ ମନ ବଳାଇଥାନ୍ତି । ପାର୍ଟନରଙ୍କ ସହ କଥା ହେବାପାଇଁ ଇଚ୍ଛା ଥିଲେ ବି ଅସହଜ ଅନୁଭବ କରିଥାନ୍ତି । ତେବେ ଏଭଳି ସ୍ଥିତିରେ ନିମ୍ନଲିଖିତ କିଛି Patch up ଟିପ୍ସ ଆପଣାଇବା ଦ୍ୱାରା ସମ୍ପର୍କରେ ପୁଣି ଥରେ ମଧୁରତା ଫେରି ଆସିବ ।

୧. କମନ୍ ଫ୍ରେଣ୍ଡ୍: ବ୍ରେକ୍ଅପ୍ ପରେ Ex ପାର୍ଟନର ସହ କଥାବାର୍ତ୍ତା ହେବା ପାଇଁ ଅସହଜ ଅନୁଭବ କରିବା ସାଧାରଣ କଥା । ଏଭଳି ସ୍ଥିତିରେ ଦୁହିଙ୍କ କମନ୍ ଫ୍ରେଣ୍ଡର ସାହାଯ୍ୟ ଲୋଡ଼ି ପାରିବେ । କମନ୍ ଫ୍ରେଣ୍ଡ ଦୁହିଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାଏ । ତା’ ମାଧ୍ୟମରେ ଦୁଇ ପାର୍ଟନର କଥାବାର୍ତ୍ତା ହୋଇ ନିଜ ଭିତରେ ଥିବା ଭୁଲ ବୁଝାମଣାକୁ ସୁଧାରି ପାରିବେ । କିନ୍ତୁ କମନ୍ ଫ୍ରେଣ୍ଡ୍ ପ୍ରତି ଟିକିଏ ସତର୍କ ରୁହନ୍ତୁ । ବେଳେ ବେଳେ ଏମାନେ ପରିସ୍ଥିତିର ସୁଯୋଗ ଉଠାଇଥାନ୍ତି ।

୨. ମେସେଜ୍: ପାର୍ଟନର ସହ ଫୋନରେ କଥା ହେବା ପାଇଁ ଅସହଜ ଅନୁଭବ କରୁଥିଲେ ପ୍ରଥମେ ମେସେଜ ପଠାଇ ମନେଇବା ପାଇଁ ଚେଷ୍ଟା କରନ୍ତୁ । ପ୍ରେମ ଭରା ମେସେଜ୍ ସହ କିଛି କବିତା ଲେଖି ପାର୍ଟନରଙ୍କୁ ମିସ୍ କରିବା କଥା କହିପାରିବେ । ଏହା ସହ ଅନୁତାପ କରୁଥିଲେ ମେସେଜ ମାଧ୍ୟମରେ ଲେଖିପାରିବେ ।

୩. ବ୍ରେକ୍ଅପର କାରଣ: ଆପଣ Ex ସହ ପ୍ୟାଚ୍ଅପ୍ କରିବାକୁ ଚାହୁଁଥିଲେ ପ୍ରଥମେ ବ୍ରେକ୍ଅପର କାରଣ ଖୋଜିବାକୁ ଚେଷ୍ଟା କରନ୍ତୁ । ସମ୍ପର୍କ କ’ଣ ପାଇଁ ଭାଙ୍ଗିଥିଲା, ପ୍ରକୃତରେ ଭୁଲ କାହାର ଥିଲା, ଏହି ପାର୍ଟନରଙ୍କ ସହ ଆପଣ ସାରା ଜୀବନ ବିତାଇବାକୁ ଚାହୁଁଛନ୍ତି ନା ନାହିଁ ଇତ୍ୟାଦି ବିଷୟକୁ ନେଇ ପାର୍ଟନରଙ୍କ ସହ ଖୋଲାଖୋଲି ଭାବରେ ଆଲୋଚନା କରନ୍ତୁ ।

୪. ବ୍ଲକ୍ କରନ୍ତୁ ନାହିଁ: ସାଧାରଣତଃ ବ୍ରେକ୍ଅପ୍ ପରେ ପାର୍ଟନର ପରସ୍ପରକୁ ବ୍ଲକ୍ କରିଦେଇଥାନ୍ତି । ଏପରି ଭୁଲ କରନ୍ତୁ ନାହିଁ । ଏହା ଦ୍ୱାରା ପାର୍ଟନରଙ୍କ କଥା ଆପଣଙ୍କ ପାଖକୁ ପହଞ୍ଚି ପାରିବ ନାହିଁ । ଏଭଳି ସ୍ଥିତିରେ ବିଶ୍ୱସ୍ତ ବନ୍ଧୁଙ୍କ ସହ କଥାବାର୍ତ୍ତା କରନ୍ତୁ ଯିଏ ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିବ । ଏହା ସହ ସମାଧାନ ପାଇଁ ଉପାୟ ମଧ୍ୟ କହିବ ।

୫. ସୋସିଆଲ ମିଡ଼ିଆରେ ପୋଷ୍ଟ: ସୋସିଆଲ ମିଡ଼ିଆରେ ନିଜ ବ୍ରେକ୍ଅପ୍ ବିଷୟରେ ପୋଷ୍ଟ କରନ୍ତୁ ନାହିଁ । ଏହା ଦ୍ୱାରା ମାମଲା ଆହୁରି ଜଟିଳ ହୋଇଯିବ । କ୍ରୋଧିତ ହୋଇ କିମ୍ବା ଦୁଃଖରେ ପାର୍ଟନରଙ୍କ ବିଷୟରେ ଅଯଥା କଥା ଲେଖନ୍ତୁ ନାହିଁ । ପରବର୍ତ୍ତୀ ସମୟରେ ପ୍ୟାଚ୍ଅପ୍ କରିବାକୁ ଚହୁଁଥିଲେ ଅସୁବିଧା ହେଇଥାଏ ।

Get real time updates directly on you device, subscribe now.