Relationship Tips: ପତ୍ନୀଙ୍କ ପଠାନ୍ତୁନି ଏଭଳି ମେସେଜ୍‌, ସମ୍ପର୍କରେ ସୃଷ୍ଟି କରିଥାଏ ଫାଟ

ଓଡ଼ିଶା ଭାସ୍କର: ରିଲେସନସିପରେ ପରସ୍ପର ସହ କଥାବାର୍ତ୍ତା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ସ୍ୱାମୀ ସ୍ତ୍ରୀ ଯେତେ ଝଗଡ଼ା, କିମ୍ବା ଦୂରରେ ରହିଲେ ପରସ୍ପର ସହ କଥାବାର୍ତ୍ତା କରିବା ବନ୍ଦ କରନ୍ତୁ ନାହଁ । ମେସେଜ୍ ହେଉ କିମ୍ବା କଲ୍ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ ବାର୍ତ୍ତାଳାପ । ଏହା ଦ୍ୱାରା ପାର୍ଟନରଙ୍କୁ ଏହା ଅନୁଭବ ହୋଇଥାଏ କି ଆପଣ ତାଙ୍କ ପାଇଁ କେତେ ଚିନ୍ତିିତ । ଅଧିକାଂଶ ସମୟରେ ଜଣେ ଫୋନ୍ କରିବା ସ୍ଥିତିରେ ନଥିଲେ ଅନ୍ୟ ପାର୍ଟନରଙ୍କୁ ମେସେଜ୍ କରିଥାନ୍ତି । ଏହି ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ କାରଣ କିଛି ଭୁଲ୍ ମେସେଜ ଆପଣଙ୍କ ସମ୍ପର୍କ ପାଇଁ ବିପଦ ସାଜିପାରେ । ତେବେ ଆସନ୍ତୁ ଜାଣିବା ପତ୍ନୀଙ୍କୁ କିଭଳି ମେସେଜ୍ ଦେବା ଠାରୁ ଦୂରେଇ ରହିବା ଉଚିତ ।

୧. ଗୋଟିଏ ଶବ୍ଦରେ ରିପ୍ଲାଇ କରିବା: ନିଜ ପତ୍ନୀଙ୍କୁ କେବେ ବି ଗୋଟିଏ ଶବ୍ଦ କିମ୍ବା ଇମୋଜିରେ ରିପ୍ଲାଇ ପଠାନ୍ତୁ ନାହିଁ । ଏହା ଦ୍ୱାରା ସେମାନେ ସହଜରେ ଆଘାତ ହୋଇଥାନ୍ତି । ପତ୍ନୀ ଆପଣଙ୍କୁ ଲଗାତାର ଭାବେ ମେସେଜ୍ କରୁଛନ୍ତି ମାନେ ସେ ଆପଣଙ୍କୁ ବହୁତ ମନେ ପକାଉଛନ୍ତି । ତାଙ୍କୁ ଗୋଟିଏ ଶବ୍ଦରେ ମେସେଜ୍ କିମ୍ପା ଇମୋଜି ପଠାଇବା ପତ୍ନୀଙ୍କ ପ୍ରତି ଅନିଚ୍ଛାକୁ ଦର୍ଶାଇଥାଏ । ଆପଣ ବ୍ୟସ୍ତ ଥିଲେ ଟିକେ ପରେ ତାଙ୍କ ସହ କଥାବାର୍ତ୍ତା କରିବେ ବୋଲି ଭଲରେ ମେସେଜ୍ କରିପାରିବେ ।

୨. କ୍ରୋଧରେ ମେସେଜ୍ ଦେବା: ପତ୍ନୀଙ୍କ କେବେ ବି କ୍ରେଧିତ ଅବସ୍ଥାରେ ମେସେଜର ଉତ୍ତର ପଠାନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ସମ୍ପର୍କରେ ଫାଟ ଦେଖାଦେଇପାରେ । ସାଧାରଣତଃ ଜଣେ ବ୍ୟକ୍ତି କ୍ରୋଧ ଅବସ୍ଥାରେ ପାର୍ଟନରଙ୍କୁ ଅନେକ କିଛି କହିଦିଏ ଯାହା ତାଙ୍କୁ ବହୁତ ଆଘାତ ଦେଇଥାଏ । ଏଭଳି ସ୍ଥିତିରେ ପତ୍ନୀଙ୍କ କଲ୍ କିମ୍ବା ମେସେଜ୍ ଆସିଲେ ହଠାତ ରିପ୍ଲାଇ କରନ୍ତୁ ନାହିଁ । ପ୍ରଥମେ ନିଜକୁ ଶାନ୍ତ କରାନ୍ତୁ । କିଛି ସମୟ ପରେ ଆରାମରେ ନିଜ ଭାବନା ବ୍ୟକ୍ତ କରନ୍ତୁ ।

୩. ବାରମ୍ବାର ମେସେଜ୍ କରିବା: ସାଧାରଣତଃ ମେସେଜ୍ ଦେବା ସମୟରେ ପାର୍ଟନରଙ୍କ ମୁଡ୍ ବିଷୟରେ କିମ୍ବା ତାଙ୍କ ପରିସ୍ଥିତି ବିଷୟରେ କିଛି ଜଣାନଥାଏ । ଜଣେ ସ୍ୱାମୀ ବାରମ୍ବାର ପତ୍ନୀଙ୍କୁ ମେସେଜ୍ କରିବା ଉଚିତ ନୁହେଁ । ହୁଏତ ସେ କେଉଁ କାମ, ମିଟିଂ ଇତ୍ୟାଦିରେ ବ୍ୟସ୍ତ ଥିବେ । ଏପରି ତାଙ୍କୁ ବାରମ୍ବାର ମେସେଜ୍ କରିବା ଦ୍ୱାରା ପତ୍ନୀ ଚିଡ଼ଚିଡ଼ା ବା କ୍ରୋଧିତ ହୋଇଯାନ୍ତି । ତାଙ୍କ ରିପ୍ଲାଇର ପ୍ରତୀକ୍ଷା କରନ୍ତୁ । ଜରୁରୀ କଥା ଥିଲେ ତାଙ୍କୁ କଲ୍ କରିପାରିବେ । ସେ ଫ୍ରି ହୋଇ ଆପଣଙ୍କୁ ନିଶ୍ଚିତ କଲ୍‌/ ମେସେଜ୍ କରିବେ ।

୪. ସବୁ କଥା ମେସେଜରେ କରନ୍ତୁ ନାହିଁ: ଛୋଟ କଥା ଥିଲେ ଆପଣ ମେସେଜର ସାହାରା ନେଇପାରିବେ କିନ୍ତୁ ଜରୁରୀ କଥା ଥିଲେ କଲ୍ କରିବା ଉତ୍ତମ ଉପାୟ । ଅଧିକାଂଶ ସମୟରେ ପତ୍ନୀ ଜଣଙ୍କ ଘରେ ରହି ବୋରିଂ ଅନୁଭବ କରିଥାଏ । ଏମିତିରେ ତାଙ୍କୁ ଦିନରେ ଥରୁଟିଏ କଲ୍ କରି ଖାଇବା ପିଇବା, ସେ କ’ଣ କରୁଛନ୍ତି ଇତ୍ୟାଦି ବିଷୟରେ ହାଲଚାଲ ପଚାରିପାରିବେ । ଏହା ଦ୍ୱାରା ପତ୍ନୀ ଖୁସି ହୋଇଥାନ୍ତି । ଏଭଳି ବାର୍ତ୍ତାଳାପ ଆପଣଙ୍କ ସମ୍ପର୍କକୁ ଦୃଢ଼ କରିଥାଏ । ସବୁବେଳେ ମେସେଜରେ କଥା ହେବା ଦ୍ୱାରା ଇମୋସନାଲ କନେକସନ୍ ହ୍ରାସ ପାଇଥାଏ ।