fbpx

Reliance Jio ପ୍ରିପେଡ୍ ପ୍ଲାନର ଟାରିଫ୍ ବୃଦ୍ଧି: ଏବେ ଗ୍ରାହକ ଗଣିବେ ଅଧିକ ଅର୍ଥ, କେଉଁ ପ୍ଲାନ କେତେ ଟଙ୍କା ବଢ଼ିଲା

Advertisement

ନୂଆଦିଲ୍ଲୀ: ଦେଶରୀ ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଝଟକା । କମ୍ପାନୀ ପକ୍ଷରୁ ପ୍ରିପେଡ ପ୍ଲାନ ଉପରେ ଲାଗୁଥିବା ଟାରିଫରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏ ବାବଦରେ ଆଜି କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ତେବେ ଦୁଇବର୍ଷର ପ୍ରଥମ ଥର ପାଇଁ ଜିଓ ଟାରିଫ ବୃଦ୍ଧି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ରିଲାଏନ୍ସ ଜିଓର ଏହି ନିଷ୍ପତ୍ତି ଫଳରେ ଏଣିକି ଗ୍ରାହକଙ୍କୁ ବିଭିନ୍ନ ପ୍ଲାନରେ ପୂର୍ବାପେକ୍ଷା ଅଧିକ ଅର୍ଥ ଗଣିବାକୁ ପଡ଼ିବ ।

କମ୍ପାନୀର ନୂଆ ଟାରିଫ୍ ପ୍ଲାନ ଜୁଲାଇ ୩ରୁ ଆରମ୍ଭ ହେବ । ପୂର୍ବରୁ କମ୍ପାନୀର ବେସ ପ୍ଲାନ ୧୫୫ ଟଙ୍କା ରହିଥିବା ବେଳେ ଏବେ ତାହା ବୃଦ୍ଧି ପାଇଁ ୧୮୯ ଟଙ୍କା ହୋଇଯାଇଛି । ଏପରି ସ୍ଥଳେ ଟାରିଫରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି । ମୋଟ ୧୯ଟି ପ୍ଲାନର ଦରରେ ବୃଦ୍ଧି ହୋଇଛି । ସେଥିମଧ୍ୟରେ ୧୭ଟି ପ୍ରିପେଡ ଓ ୨ଟି ପୋଷ୍ଟ ପେଡ୍ ରହିଛି । ପ୍ରଥମ ଥର ପାଇଁ ଏୟାରଟେଲ ପୂର୍ବରୁ ଜିଓ ନିଜର ଟାରିଫ ବୃଦ୍ଧି ଘୋଷଣା କରିଛି ।

୨୮ ଦିନିଆ ୨ ଜିବି ଡାଟା ମିଳୁଥିବା ୧୫୫ ଟଙ୍କିଆ ପ୍ଲାନ ଏବେ ୧୮୯ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଦିନକୁ ୧ ଜିବି ଡାଟା ମିଳୁଥିବା ୨୦୯ ଟଙ୍କିଆ ପ୍ଲାନ ଏବେ ୨୪୯ରେ ପହଞ୍ଚି ଯାଇଛି । ଦିନକୁ ୧.୫ ଜିବି ଡାଟା ମିଳୁଥିବା ୨୩୯ ଟଙ୍କିଆ ପ୍ଲାନ ଏବେ ୨୯୯ରେ ପହଞ୍ଚି ଯାଇଛି । ଦିନକୁ ୨ ଜିବି ଡାଟା ମିଳୁଥିବା ୨୯୯ ଟଙ୍କିଆ ପ୍ଲାନ ଏବେ ୩୪୯ରେ ପହଞ୍ଚି ଯାଇଛି । ଦିନକୁ ୨.୫ ଜିବି ଡାଟା ମିଳୁଥିବା ୩୪୯ ଟଙ୍କିଆ ପ୍ଲାନ ଏବେ ୩୯୯ରେ ପହଞ୍ଚି ଯାଇଛି । ଦିନକୁ ୩ ଜିବି ଡାଟା ମିଳୁଥିବା ୩୯୯ ଟଙ୍କିଆ ପ୍ଲାନ ଏବେ ୪୪୯ ଟଙ୍କାରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.