fbpx

ରେନୋ ଟ୍ରାଇବରକୁ ୪-ଷ୍ଟାର ଆଡଲ୍ଟ ଓ ୩-ଷ୍ଟାର ଚାଇଲ୍ଡ୍‌ ରେଟିଂ ଦେଲା ଗ୍ଲୋବାଲ୍‌ ଏନ୍‌କ୍ୟାପ

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରେନୋ ଇଣ୍ଡିଆର ଅଲ୍‌ଟ୍ରା ମଡୁଲାର ଓ ସୁର ସ୍ପେଶିୟସ – ରେନୋ ଟ୍ରାଇବରକୁ ଆଡଲ୍ଡ ଅକୁପାଣ୍ଟ ପ୍ରୋଟେକ୍‌ସନ କ୍ଷେତ୍ରରେ ୪-ଷ୍ଟାର ଓ ଚାଇଲ୍ଡ ଅକୁପାଣ୍ଟ ପ୍ରୋଟେକ୍‌ସନ କ୍ଷେତ୍ରରେ ୩-ଷ୍ଟାର ରେଟିଂ ଗ୍ଲୋବାଲ୍‌ ଏନକ୍ୟାପ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ନେଇ କମ୍ପାନି ଘୋଷଣା କରିଛି । ଏହି ଗ୍ଲୋବାଲ୍‌ କାର ଆକଳନ କାର୍ଯ୍ୟକ୍ରମକୁ ଅଗଷ୍ଟ ୨୦୧୯ ରେ ଆରମ୍ଭ କରାଯାଇଥିଲା ।ରେନୋ ଟ୍ରାଇବର ହେଉଛି ଫ୍ଲେକ୍‌ସିବଲ୍‌, ଆକର୍ଷଣୀୟ ଓ ସୁଲଭ ମୁଲ୍ୟଯୁକ୍ତ ଓ ଭାରତରେ ଏହା ହେଉଛି ରେନୋର ଏକ ଲୋକପ୍ରିୟ ଉତ୍ପାଦ ଓ ଏହାର ସାରା ଭାରତରେ ୭୫,୦୦୦ ରୁ ଅଧିକ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି ।

ଏହି ସଫଳତା ଉପରେ ସୂଚନା ପ୍ରଦାନ କରି ଭେଙ୍କଟରାମ ମାମିଲାପାଲ୍ଲେ, କଂଟ୍ରି ସିଇଓ ଓ ପରିଚାଳନା ନିର୍ଦ୍ଦେଶକ, ରେନୋ ଇଣ୍ଡିଆ ଅପରେସନ୍‌ସ କହିଛନ୍ତି ଯେ, ରେନୋ ଟ୍ରାଇବରକୁ ଭାରତ ଓ ଫ୍ରାନସର ରେନୋ ଟିମଙ୍କ ଯୁଗ୍ମ ସହଯୋଗରେ ପ୍ରସ୍ତୁତ କରାଯାଇଛି ଓ ଏହା ବଜାରରେ ଗ୍ରାହକମାନଙ୍କ ଦ୍ୱାରା ବହୁ ମାତ୍ରାରେ ଆଦୃତ ହୋଇପାରିଛି । ଗ୍ଲୋବାଲ୍‌ ଏନକ୍ୟାପ୍‌ ଦ୍ୱାରା ଟ୍ରାଇବରକୁ ପ୍ରଦାନ କରାଯାଇଥିବା ୪-ଷ୍ଟାର ଆଡଲ୍‌ଟ ସେଫ୍‌ଟି ରେଟିଂ ଏହି ପ୍ରତିଶ୍ରୁତିବଦ୍ଧତାର ଏକ ପ୍ରମାଣ ।’ ଏହି ସଦ୍ୟତମ ୪-ଷ୍ଟାର ଆଡଲ୍‌ଟ ରେଟିଂ ଏହା ଦର୍ଶାଉଛି ଯେ ରେନୋ ଏହାର ଭାରତୀୟ ଗ୍ରାହକମାନଙ୍କର ସୁରକ୍ଷା ପାଇଁ ସର୍ବଦା ତତ୍ପର ଏଥିରେ ସମସ୍ତ ଗ୍ଲୋବାଲ୍‌ ସୁରକ୍ଷା ମାନକ ପ୍ରତି ଧ୍ୟାନ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ଡେଭିଡ୍‌ ୱାର୍ଡ଼, ଟୁୱାର୍ଡ଼ସ୍‌ ଜିରୋ ଫାଉଣ୍ଡେସନର ସଭାପତି କହିଛନ୍ତି ଯେ, ‘ଗ୍ଲୋବାଲ୍‌ ଏନକ୍ୟାପ୍‌ ର ସୁରକ୍ଷା ମାନକ ଅନୁସାରେ ରେନୋ ଟ୍ରାଇବରର କ୍ରାସ୍‌ ଟେଷ୍ଟ ଫଳାଫଳରେ ଉନ୍ନତି ଆସିଥିବା ଜାଣି ବହୁତ ଆନନ୍ଦିତ’ । ରେନୋ ଟ୍ରାଇବରକୁ ଆକର୍ଷଣୀୟ ଭାବରେ ଡିଜାଇନ୍‌ କରାଯାଇଛି । ଏହା ଏକ ଦୃଢ଼ ଓ ଆରାମଦାୟକ କାର ଯେଉଁଥିରେ ୪ ମିଟରରୁ କମ୍‌ ଲମ୍ବରେ ମଧ୍ୟ ସାତ ଜଣ ବୟସ୍କ ବ୍ୟକ୍ତି ଆରାମରେ ବସି ପାରିବେ । ଏହାର ଗୁଣମାନ, ମଡୁଲାରିଟି, ଆକର୍ଷଣୀୟ ଡିଜାଇନ୍‌ ଓ ଆଧୁନିକ ବୈଶିଷ୍ଟ୍ୟ ଓ ଉନ୍ନତ ଭାଲ୍ୟୁ ପ୍ୟାକେଜିଂ କାରଣରୁ ରେନୋ ଟ୍ରାଇବରକୁ ଗ୍ରାହକମାନଙ୍କ ଦ୍ୱାରା ବହୁ ପ୍ରଶଂସା ମିଳିଛି । ରେନୋ ଏହି ଟ୍ରାଇବରର ରପ୍ତାନୀକୁ ଦକ୍ଷିଣ ଆଫ୍ରିକା ଓ ସାର୍କ ଅଞ୍ଚଳକୁ କରିବା ଆରମ୍ଭ କରିଛି ଓ ଦକ୍ଷିଣ ଆଫ୍ରିକା ଓ ସାର୍କ ଅଂଚଳର ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଏହାର ସଂପ୍ରସାରଣ କରିବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି ଓ ଭାରତରେ ଏହାର ପରିବାରକୁ ବୃଦ୍ଧି କରିବା ପାଇଁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.