ପରଲୋକରେ ଓଡ଼ିଶାର ବିଶିଷ୍ଟ କଥା ସାହିତ୍ୟିକା ବିଜୟିନୀ ଦାସ

କଟକ: ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖିକା ବିଜୟିନୀ ଦାସଙ୍କର ପରଲୋକ । ସୂଚନା ମୁତାବକ ୮୦ ବର୍ଷ ବୟସରେ ତାଙ୍କର ପରଲେକ ଘଟିଛି । ଗତକାଲି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ସିଡିଏସ୍ଥିତ ଝିଅ ମଧୁମିତା ମହାନ୍ତିଙ୍କ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କଟକସ୍ଥିତ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

୧୯୪୪ ମସିହା ସେପ୍ଟେମ୍ବର ୨୩ରେ ନୟାଗଡ଼ ଜିଲ୍ଲା ବାଉଁସିଆପଡ଼ା ଗ୍ରାମରେ ବିଜୟିନୀ ଦାସ ଜନ୍ମଗ୍ରହଣ କରିଥିଲେ । ବାର୍ଦ୍ଧକ୍ୟଜନିତ କାରଣକୁ ନେଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।