ରଥଯାତ୍ରା ପରଦିନଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଡ.ଅରବିନ୍ଦ ପାଢୀ

ରତ୍ନଭଣ୍ଡାର ମରାମତି ନେଇ ଅରବିନ୍ଦ ପାଢୀଙ୍କ ସୂଚନା । ରଥଯାତ୍ରା ପରଠୁ ରତ୍ନଭଣ୍ଡାର କାମ ଆରମ୍ଭ ହେବ ।

ପୁରୀ: ରତ୍ନଭଣ୍ଡାର ମରାମତି ନେଇ ଅରବିନ୍ଦ ପାଢୀଙ୍କ ସୂଚନା । ରଥଯାତ୍ରା ପରଠୁ ରତ୍ନଭଣ୍ଡାର କାମ ଆରମ୍ଭ ହେବ । 28 ତାରିଖରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଏପ୍ରିଲ୍ 29ରୁ ଜୁନ୍ 27 ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର  ଅରବିନ୍ଦ ପାଢୀ ସୂଚନା ଦେଇଥିଲେ ।

ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।