ନୂଆଦିଲ୍ଲୀ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ହରିୟାଣା ସରକାର ଜେଲରେ ଥିବା କଏଦୀମାନଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛନ୍ତି । ହରିୟାଣାର ଅପରାଧିକ ପ୍ରାଧିକରଣ ନ୍ୟାୟାଳୟ ଦ୍ୱାରା ଦଣ୍ଡ ଭୋଗୁଥିବା କଏଦୀଙ୍କୁ ବିଶେଷ ଛାଡ଼ ଦିଆଯିବ । ଜଣେ ସରକାରୀର ମୁଖପାତ୍ରଙ୍କ କହିବାନୁଯାୟୀ ଯେଉଁ ଅପରାଧୀମାନଙ୍କୁ ଆଜୀବନ କାରାଦଣ୍ଡ, ୧୦ ବର୍ଷ ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦଣ୍ଡ ଶୁଣାଯାଇଛି ସେମାନଙ୍କୁ ୬୦ ଦିନ, ଯେଉଁ ଅପରାଧୀଙ୍କୁ ୫ କିମ୍ବା ତା ଠାରୁ ଉର୍ଦ୍ଧ୍ୱ କିନ୍ତୁ ୧୦ ବର୍ଷରୁ କମ୍ ଦଣ୍ଡ ଶୁଣାଯାଇଛି ସେମାନଙ୍କୁ ୪୫ମ ଦମିନ ଏବଂ ଯେଉଁ ଅପରାଧିଙ୍କୁ ୫ ବର୍ଷରୁ କମ୍ ପାଇଁ ଦଣ୍ଡ ଭୋଗୁଛନ୍ତି ସେମାନଙ୍କ ପାଇଁ ୩୦ ଦିନର ଦଣ୍ଡ ଛାଡ଼ କରାଯିବ ।
ତେବେ ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ ୨୬ ଜାନୁଆରୀ ୨୦୨୪ରେ ପେରୋଲରେ ଆସିଥିବା ସମସ୍ତ ଅପରାଧିଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିବ ଯଦି ସେମାନେ ନିର୍ଦ୍ଧାରିତ ସମୟରେ ଆତ୍ମସମର୍ପଣ କରନ୍ତି । ଏହା ବ୍ୟତୀତ ଯେଉଁ ଅପରାଧିମାନେ ହରିୟାଣାର ଅପରାଧିକ ପ୍ରାଧିକରଣ ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି କିନ୍ତୁ ବାହାର ଜେଲରେ ଦଣ୍ଡ ଭୋଗୁଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ରହିଛି । କିନ୍ତୁ ଜାମିନରେ ଥିବା ଅପରାଧିଙ୍କ ପାଇଁ ଏହି ଛାଡ଼ ଦିଆଯିବ ନାହିଁ । ସେହିପରି ଜୋରିମାନା ନ ଦେଇ ଦଣ୍ଡ ଭୋଗୁଥିବା ଅପରାଧିଙ୍କ ପାଇଁ ଛାଡ଼ ନାହିଁ । ସରକାରୀ ମୁଖପାତ୍ର ଆହୁରୀ ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଜାତୀୟ ଦଣ୍ଡ ସଂହିତା ୧୯୭୩ର ଧାରା ୧୦୭/୧୦୯/୧୧୦ ଅଧୀନରେ କୌଣସି ବର୍ଗର ବନ୍ଦୀ ଯେଉଁମାନେ ଶାନ୍ତି ବଜାୟ ରଖିବା ମାମଲାରେ ସୁରକ୍ଷା ଦେବାରେ ବିଫଳ ହୋଇଥିବେ, ଗତ ୨ ବର୍ଷରେ କୌଣସି ବଡ଼ ଜେଲ ଅପରାଧରେ ସାମିଲ ଥିବା ଅପରାଧି ପଞ୍ଜାବ ଜେଲ ମାନୁଆଲ, ହରିୟାଣା ନିୟମ ୨୦୨୨ କିମ୍ବା ସେହି ଦିନ ଲାଗୁ କୌଣସି ଅନ୍ୟ ଅଧିନିୟମ ବା ନିୟମ ଅନ୍ତର୍ଗତ କୌଣସି ପ୍ରକାର ଦଣ୍ଡରେ ଛାଡ଼ ମିଳିବ ନାହିଁ ।