୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପରିବାର ଲୋକେ ନେଉନାହାନ୍ତି ମୃତଦେହ
ଛାତ୍ରୀଙ୍କ ମୃତଦେହ ନେଉନାହାନ୍ତି ପରିବାର ଲୋକେ, ଗତକାଲି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ
ଉଦଳା: ଗତକାଲି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହକୁ ନେଉନାହାନ୍ତି ପରିବାର ଲୋକେ। ମୃତ ଶିଶୁର ନ୍ୟାୟ ଦାବିରେ ପରିବାର ଲୋକେ ମୃତଦେହ ନେଉ ନାହାନ୍ତି।
୧୧ ଘଣ୍ଟାରୁ ଅଧିକ ହେବ ମେଡ଼ିକାଲରେ ପଡିରହିଛି ମୃତଦେହ। ଗତକାଲି ଶାଳଖୁଣ୍ଟା ସ୍ଥିତ ବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏକ ବଉଁଶ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ।