fbpx

ରିସର୍ଚ୍ଚରୁ ଖୁଲାସା; ହାର୍ଟ ଜନିତ ରୋଗରେ ଅଧିକ ପୀଡିତ ହୁଅନ୍ତି ଏହି ବ୍ଲଡଗ୍ରୁପର ଲୋକେ , ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମ ଶରୀରର ରକ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେଇଥାଏ, ଯାହା ବିଷୟରେ ବିଶେଷଜ୍ଞମାନେ ମଧ୍ୟ କହିବାକୁ ସକ୍ଷମ ନୁହଁନ୍ତି । ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ ଶେଲଡନ୍ ଜାବଲୋଙ୍କ ଅନୁଯାୟୀ, ଏ, ବି, ଏବି ଓ ଓ ବ୍ଲଡଗ୍ରୁପର ରକ୍ତ କଣିକାରେ ବିଭିନ୍ନ ପ୍ରକାରର ଆଣ୍ଟିବଡି ରହିଛି । ‘ଏବି’ ବ୍ଲଡ ଗ୍ରୁପରେ ଉଭୟ ପ୍ରକାରର ଆଣ୍ଟିବଡି ରହିଛି । ବିଶେଷଜ୍ଞଙ୍କ ମତରେ, ଆଣ୍ଟିବଡି ହେଉଛି ଆମ ରକ୍ତ ଓ କୋଷରେ ଥିବା ଏପରି ଏକ ଚିପଚିପା ତରଳ ପଦାର୍ଥ, ଯାହା ବାହାରରୁ ଆସୁଥିବା ଜୀବାଣୁ ଓ ପରଜୀବୀରୁ ଶରୀରକୁ ରକ୍ଷା କରିଥାଏ ।

ଜେନେଟିକ୍ ତଥା ଲିଡ୍ ପ୍ରୋଡକ୍ଟ ଡେଭଲମେଣ୍ଟ ବୈଜ୍ଞାନିକ ଜୈମ ଲିମଙ୍କ ଅନୁସାରେ, ‘ଏ, ବି ଓ ଏବି’ ବ୍ଲଡ ଗ୍ରୁପର ଲୋକେ ଅଧିକ ହାର୍ଟ ସମ୍ବନ୍ଧୀୟ ରୋଗର ଶିକାର ହୁଅନ୍ତି । ଲିମ୍ କହିଛନ୍ତି ଯେ, ଏହା ପଛର ପ୍ରକୃତ କାରଣ ଜଣା ନାହିଁ, କିନ୍ତୁ କିଛି ଲୋକ ରକ୍ତ ଜମାଟ ବାନ୍ଧିବା କିମ୍ବା ଥ୍ରୋମ୍ବୋସିସ୍ କାରଣ ବୋଲି ଭାବନ୍ତି ।

ଏକ ଅନୁସନ୍ଧାନ ମୁତାବକ, ‘ଏ’ ଓ ‘ବି’ ବ୍ଲଡ ଗ୍ରୁପର ଲୋକଙ୍କ ଶିରାରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ୫୧% ଥିବାବେଳେ ଫୁସଫୁସରେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ୪୭% ରହିଛି । ବିଶେଷଜ୍ଞଙ୍କ ଅନୁସାରେ, ‘ଏ’ ବ୍ଲଡ ଗ୍ରୁପରେ ହାର୍ଟ ଆଟାକ୍ ଆସିବାର ଆଶଙ୍କା ୬% ଏବଂ ‘ବି’ରେ ୧୫% ଓ ‘ଏବି’ରେ ସର୍ବାଧିକ ୨୩% ରହିଛି ।

Get real time updates directly on you device, subscribe now.