fbpx

କୋଟି କୋଟି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର: ନିୟମ ବଦଳାଇଲା RBI, ଏଣିକି ଯିବାକୁ ପଡ଼ିବନି ବ୍ରାଞ୍ଚ!

ନୂଆଦିଲ୍ଲୀ: ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି, ସେମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟକୁ ନେଇ ନିୟମ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ, ଯାହା ସିଧାସଳଖ କୋଟି ଗ୍ରାହକଙ୍କ ଉପରେ ପ୍ରଭାବ ପକାଇବ । ସମୟ ସମୟରେ ଗ୍ରାହକମାନଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ରିଜର୍ଭ ବ୍ୟାଙ୍କ ଦ୍ୱାରା ନୂତନ ନିୟମ ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ଆରବିଆଇ ସଞ୍ଚୟ ଖାତା ସହ ଜଡିତ ନିୟମ ପରିବର୍ତ୍ତନ କରିଛି ।

ବ୍ୟାଙ୍କ ଶାଖାକୁ ଯିବାର ଆବଶ୍ୟକତା ନାହିଁ :
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଆକାଉଣ୍ଟଧାରୀ ଯେଉଁମାନେ ସେମାନଙ୍କର ବୈଧ ଦଲିଲ ଦାଖଲ କରିସାରିଛନ୍ତି ଏବଂ ସେମାନଙ୍କ ଠିକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ, ତେବେ ଏହିପରି ଗ୍ରାହକମାନଙ୍କୁ ନିଜ କେୱାଇସି Know Your Customer (KYC)କୁ ଅପଡେଟ୍ କରିବା ପାଇଁ ବ୍ରାଞ୍ଚକୁ ଯିବାର କୌଣସି ଆବଶ୍ୟକତା ନାହିଁ ।

ସବିଶେଷ ତଥ୍ୟ ସହଜରେ ଅପଡେଟ୍ ହୋଇପାରିବ :-
ଆରବିଆଇ କହିଛି ଯେ ଯଦି କେୱାଇସି ସବିଶେଷ ତଥ୍ୟରେ କିଛି ପରିବର୍ତ୍ତନ ଆସେ, ତେବେ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କର ବିବରଣୀ ଅପଡେଟ୍ କରିବାକୁ ପଡିବ । ଏଥିପାଇଁ ଆପଣ ଏକ ଇମେଲ୍ ଆଇଡି, ପଞ୍ଜୀକୃତ ମୋବାଇଲ୍ ନମ୍ବର, ଏଟିଏମ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପଦ୍ଧତି ମାଧ୍ୟମରେ ସବିଶେଷ ତଥ୍ୟ ଅପଡେଟ୍ କରିପାରିବେ ।

ଯଦି ସବିଶେଷ ତଥ୍ୟ ପରିବର୍ତ୍ତନ ନହୁଏ ତେବେ କଣ କରିବେ?
ଏହା ବ୍ୟତୀତ ଯେଉଁ ଗ୍ରାହକମାନଙ୍କର କେୱାଇସି ବିବରଣୀ ପରିବର୍ତ୍ତନ ହୋଇନାହିଁ, ତେବେ ସେହି ଗ୍ରାହକମାନଙ୍କୁ ସେମାନଙ୍କର କେୱାଇସି ପ୍ରକ୍ରିୟା ସମାପ୍ତ କରିବାକୁ ନିଜପକ୍ଷରୁ ଏକ ଘୋଷଣା ପତ୍ର ଦେବାକୁ ପଡିବ । ଏଥିପାଇଁ ବ୍ରାଞ୍ଚକୁ ଯିବାର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.