fbpx

ଆସିଲା ୨୪୬ ସାମ୍ପଲର ରେଜଲ୍ଟ, ଜାଣନ୍ତୁ କ’ଣ ରହିଛି ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିନମ ସିକ୍ୟୁଏନ୍ସ ପାଇଁ ଆଇଏଲଏସ ପଠାଯାଇଥିବା ୨୪୬ ସାମ୍ପଲର ଆସିଛି ରେଜଲ୍ଟ । ୨୪୬ ସାମ୍ପଲରେ ଓମିକ୍ରନ ଚିହ୍ନଟ ହୋଇ ନଥିବା ଆଇଏଲଏସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଜିନମ ସିକ୍ୟୁଏନ୍ସ ପାଇଁ ୧୪୧ ଜଣଙ୍କ ନମୁନା ଆଇଏଲଏସ ଆସିଥିଲା । ୧୪୧ ଜଣଙ୍କ ନମୁନାରେ ମଧ୍ୟ ଓମିକ୍ରନ ଭାରିଆଣ୍ଟ ମିଳିନଥିଲା ।

ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ କିଛି ଜଣଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଓମିକ୍ରନ ଭୟରେ ସେମାନଙ୍କ ନମୂନା ଜିନମ ସିକ୍ୟୁଏନରେ ଟେଷ୍ଟ ପାଇଁ ପଠାଯାଇଥିଲା । କିନ୍ତୁ ସେମାନେ ଓମିକ୍ରନରେ ଆକ୍ରାନ୍ତ ନଥିବା ଜଣାପଡିଛି ।

Get real time updates directly on you device, subscribe now.