Breaking: RG କର ରେପ୍ ହତ୍ୟା ମାମଲା, ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ସଂଜୟ
କୋଲକାତା ଆର୍ଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀ ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ ।
ନୂଆଦିଲ୍ଲୀ: କୋଲକାତା ଆର୍ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ରାୟ । ଦୋଷୀ ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ ।
ଜରିମାନା ସହିତ ଆଜୀବନ- ପ୍ରକାଶଥାଉକି, ଗତ 18 ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆଜି ସଜ୍ଜା ଶୁଣାଇଛନ୍ତି । 50 ହଜାର ଟଙ୍କା ଜରିମାନା ସହିତ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ଅନିର୍ବାଣ ଦାସ ।
କୋର୍ଟ ପରିସରରେ ଉତ୍ତେଜନା- ତେବେ ଏହି ରାୟ ଶୁଣାଇବା ବେଳେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ କହିଛନ୍ତି, ଏହା କୌଣସି ବିରଳରୁ ବିରଳତମ ମାମଲା ନୁହେଁ । ତେବେ ସଂଜୟକୁ ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟ ପରିସରରେ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା । ତେବେ 3 ଦଫାରେ ସଂଜୟକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
କ୍ଷତିପୂରଣ ଦେବେ ରାଜ୍ୟ ସରକାର- ତେବେ ସରକାର ଅଭୟାଙ୍କ ପରିବାରକୁ କ୍ଷତିପୂରଣ ଦେବେ ବୋଲି ମଧ୍ୟ ଘୋଷଣା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ମୋଟ 17 ଲକ୍ଷ ଟଙ୍କା ଦେବେ । ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟରେ 7 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରାଯାଇଛି ।
ତେବେ କ୍ଷତିପୂରଣ ନେଇ ଯେଉଁ କୌଣସି କରାଯାଇଛି, ତାହାର ଆବଶ୍ୟକତା ନାହିଁ ବୋଲି ଅଭୟାଙ୍କର ବାପା କହିଛନ୍ତି । ଆମକୁ ଦୋଷୀ ଦଣ୍ଡପାଇବା ଦରକାର ଥିଲା ବୋଲି ସେ କହିଛନ୍ତି ।