(Video) କାଜିରଙ୍ଗା ଜାତୀୟ ଉଦ୍ୟାନର ଭିଡିଓ! ଗଣ୍ଡା ଦେଖୁଦେଖୁ ଗାଡିରୁ ଗଡିଗଲେ 2 ମହିଳା, ଆଖି ସାମ୍ନାରେ ଗଣ୍ଡାକୁ ଦେଖି କାନ୍ଦିଲେ ତାପରେ…

କାଜିରଙ୍ଗା ଜାତୀୟ ଉଦ୍ୟାନରେ ବୁଲୁବୁଲୁ ଖାଡିରୁ ଖସିପଡିଲେ ପର୍ଯ୍ୟଟକ । ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡାର ଘର ବୋଲି କୁହାଯାଇଥାଏ । ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରିୟ ସ୍ଥାନ । ତେବେ ଏହି ଉଦ୍ୟାନରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ  । ମା ଏବଂ ଝିଅ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଜିରଙ୍ଗା ଜାତୀୟ ଉଦ୍ୟାନ ପ୍ରଶାସନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସଫାରି ସମୟରେ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

ଭିଡିଓରେ ଦେଖାଯାଇଛି ଯେ, ପୂର୍ବ ପରି ପର୍ଯ୍ୟଟକମାନେ ସଫାରି ଜିପରେ ବସି ଜଙ୍ଗଲୀ ପଶୁଙ୍କୁ ଦେଖୁଥିଲେ । ପଛରୁ ପଛ ହୋଇ 3ଟି ଜିପ୍ ରହିଥିଲା । ପର୍ଯ୍ୟଟକମାନେ ମଧ୍ୟ ସେଥିରେ ଭରି ହୋଇ ରହିଥିଲେ । ତେବେ ଜିପପି ଅତି ଦ୍ରୁତ ବେଗରେ ଡାହାଣକୁ ବୁଲାଇବା ପରେ 2  ମହିଳା ପର୍ଯ୍ୟଟକ ଜିପରୁ ଖସିପଡିଥିଲେ ।

ଏକ ଗଣ୍ଡା ଗାଡିକୁ ଆକ୍ରମଣ କରିବା ପାଇଁ ଆସୁଥିବା ବେଳେ ଗାଡି ଡ୍ରାଇଭର ଏଭଳି କରିଥିବା କଥା କୁହାଯାଇଛି । ତେବେ ଆଗରେ ଗଣ୍ଡାକୁ ଦେଖି ଦୁହେଁ କାନ୍ଦିବାକୁ ଲାଗିଲେ । ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ସୌଭାଗ୍ୟବଶତଃ କୌଣସି ପର୍ଯ୍ୟଟକଙ୍କର କ୍ଷତି ହୋଇନଥିବା ଜଣାପଡିଛି ।