ଫ୍ୟାଟରୁ ଫିଟ୍: ୩ ମାସରେ ୧୫ କେଜି ଓଜନ କମେଇଲେ ରିଚା ଚଢା, ଦେଖନ୍ତୁ ଫଟୋ

ମୁମ୍ବାଇ: ବଲିଉଡ ସର୍ବଦା ନିଜର ଗ୍ଲାମର ପାଇଁ ପରିଚିତ । ପରଦା ଉପରେ ହଟ୍ ଓ ସ୍ଳିମ୍ ଦେଖା ଯାଉଥିବା ଅଭିନେତ୍ରୀ ମାନେ ହିଁ ରାଜ କରିଥାନ୍ତି । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ରିଚା ଚଢା । ୩ ମାସରେ ୧୫ କେଜି ଓଜନ କମାଇ ବଲିଉଡର ନୂଆ ଫିଟନେସ ଆଇକନ ପାଲଟି ଯାଇଛନ୍ତି ରିଚା । ପୂର୍ବରୁ ସାମାନ୍ୟ ମୋଟୀ ଦିଶୁଥିବା ବର୍ତ୍ତମାନ ନିଜର କିଲର ଲୁକ ଜରିଆରେ ସମସ୍ତଙ୍କୁ ଘାଇଲା କରିଛନ୍ତି ।

ତେବେ ରିଚା ଏହା ସହିତ କହିଛନ୍ତି ନିଜକୁ ଭଲ ପାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ମୋ ଶରୀର ଯେମିତି ବି ଥାଉନା କାହିଁକି ଏହାକୁ ଭଲ ପାଇବା ମୋର ପ୍ରଥମ ଦାୟିତ୍ୱ ହେବ । ଶକିଲା ଫିଲ୍ମ ପାଇଁ ରିଚା ନିଜର ଓଜନ ବଢାଇଥିଲେ । ଜଣେ କଳାକାର ଭାବେ ମୋ ଚରିତ୍ରକୁ ନିଖୁଣ କରିବା ପାଇଁ ମୁଁ ଆଗକୁ ମଧ୍ୟ ଏମିତି କରି ପାରିବି ବୋଲି ରିଚା କହିଛନ୍ତି ।

 

View this post on Instagram

 

A post shared by Richa Chadha (@therichachadha)