fbpx
BSKY
BJD SHG SKY
BJD YOUTH SKY

ବଲିଉଡ୍‌ ପରେ ହଲିଉଡ୍‌ରେ ଏଣ୍ଟ୍ରି କରିବେ ରିଚା ଚଢା, ଆଗାମୀ ପ୍ରୋଜେକ୍ଟ ପାଇଁ ଆରମ୍ଭ କଲେ ଟ୍ରେନିଂ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ଖୁବ୍‌ ପରିଚିତ । ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ । ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ବଲିଉଡରେ ନିଜର ଦମ୍‌ଦାର ଅଭିନୟ କରିବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଅଭିନେତ୍ରୀ ରିଚା ଚଢାଙ୍କୁ ହଲିଉଡ ଫିଲ୍ମ ଆପ୍ରୋଚ କରାଯାଇଛି । କୁହାଯାଉଛି କି ତାଙ୍କୁ ବଡ ଅଫର ମଧ୍ୟ ମିଳିଛି । ରିଚା ଏଥିରେ ରାଜକୀୟ ମାଲିକାଣୀ ଭୂମିକାରେ ନଜର ଆସିବେ । ଏହି ପ୍ରୋଜେକ୍ଟ ପାଇଁ ରିଚା ନିଜର ଟ୍ରେନିଂ ତଥା ତାଲିମ୍‌ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏବେ ରିଚା ଘୋଡାଚାଳନାର ଅଭ୍ୟାସ କରୁଛନ୍ତି । ଏହା ପୂର୍ବରୁ ରିଚା ବଏଫ୍ରେଣ୍ଡ ତଥା ଅଭିନେତା ଅଲ୍ଲୀ ଫେଜଲ ସହିତ ବିଗ୍‌ ବଜଟେ ଫିଲ୍ମରେ ନଜର ଆସିଥିଲେ । ଯାହାର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ହଲିଉଡରେ ବଏଫ୍ରେଣ୍ଡଙ୍କୁ ସଫଳତା ମିଳିବା ପରେ ଏବେ ରିଚା ମଧ୍ୟ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ।

ରିଚାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ରିଚା ଏବେ ଅଲ୍ଲୀ ଫୈଜଲଙ୍କୁ ଦୀର୍ଘ ଦିନରୁ ଡେଟ୍‌ କରୁଛନ୍ତି । ଖବର ଆସିଥିଲା କି ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବେ । କରୋନା ପାଇଁ ତାଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ତାଙ୍କ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି । ରିଚା ଖୁବ୍‌ ଶୀଘ୍ର ‘ଫୁକରେ ୩’ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ହେଉଛି । ଏଥିରେ ମଧ୍ୟ ପ୍ରମୁଖ ଭୂମିକାରେ ଅଲ୍ଲୀ ଫୈଜଲ ରହିଛନ୍ତି ।

Get real time updates directly on you device, subscribe now.