fbpx
BJD SKY
BJD SKY

ଏଠାରେ ରେଲୱେ ଟିକେଟ୍ ବୁକ୍ କରିବାର ୩୦ ଦିନ ପରେ ପେମେଣ୍ଟ, ଲାଗିବନି କୌଣସି ଚାର୍ଜ

BJD

ନୂଆଦିଲ୍ଲୀ: ପେଟିଏମ ୟୁଜର୍ସ ଏବେ ଟ୍ରେନ୍ ଟିକେଟ୍ ବୁକ୍ କରିବା ପରେ ପେମେଣ୍ଟ କରିପାରିବେ । ଆଇଆରସିଟିସି ଗ୍ରାହକମାନଙ୍କ ପାଇଁ ପେଟିଏମ୍ ପେମେଣ୍ଟ ସର୍ଭିସେସ୍ ଲିମିଟେଡ ପେଟିଏମ ପୋଷ୍ଟପେଡ ସେବା ଆଣିଦେଇଛି । ଟିକେଟ୍ ବୁକିଂ ପାଇଁ ଡିଜିଟାଲ ୱାଲେଟ କମ୍ପାନୀ ‘Buy Now, Pay Later ’ ଫିଚର ଆଣିଛି । ଏହି ସୁବିଧା ଆଇଆରସିଟିସି ସହ ଚୁକ୍ତି ସହ ଆରମ୍ଭ ହୋଇଛି, ଯାହାଫଳରେ ଗ୍ରାହକମାନେ ଗୋଟିଏ କ୍ଲିକରେ ଟିକେଟ୍ ବୁକ୍ କରିପାରିବେ । ଆଇଆରସିଟିସିରେ ଟିକେଟ୍ ବୁକ୍ କରିବା ସମୟରେ ବେଳେ ବେଳେ ସମସ୍ୟା ହୋଇଥାଏ, ଖାସ୍ କରି ଇଣ୍ଟନେଟ୍ ସ୍ଲୋ ଥିବା ସମୟରେ ଏହି ସମସ୍ୟା ଦେଖାଦେଇଥାଏ । ପେଟିଏମର ନୂଆ ସୁବିଧାରେ ଆପଣଙ୍କ ତୁରନ୍ତ ବିନା ପେମେଣ୍ଟରେ କେବଳ ଏକ କ୍ଲିକ୍ ସହିତ ତୁରନ୍ତ ଟିକେଟ୍ ବୁକିଂ କରିପାରିବେ ।

ପେଟିଏମ୍ ପୋଷ୍ଟପେଡ ୩୦ ଦିନ ପର୍ଯ୍ୟନ୍ତ ଅବଧି ପାଇଁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କ୍ରେଡିଟ ପ୍ରଦାନ କରୁଛି ଓ ୟୁଜର୍ସଙ୍କୁ ସେମାନଙ୍କର ସମସ୍ତ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ମାସିକ ବିଲ୍ ପ୍ରଦାନ କରାଯାଉଛି । ୟୁଜର୍ସ ବିଲିଂର ଶେଷରେ ସମ୍ପୂର୍ଣ୍ଣ ଟଙ୍କା ଦେଇପାରିବେ ବା ସୁବିଧାଜନକ ପେମେଣ୍ଟ ପାଇଁ ନିଜ ବିଲକୁ ଇଏମଆଇରେ ପରିବର୍ତ୍ତନ କରିପାରିବେ । ପେଟିଏମର କହିବା ମୁତାବକ, ଟିକେଟ୍ ବୁକିଂ, ବିଲ୍ ପେମେଣ୍ଟ୍, ସପିଂ ଇତ୍ୟାଦି ବିଭିନ୍ନ ଆର୍ଥିକ ଆବଶ୍ୟକତା ପାଇଁ କମ୍ପାନୀ ନିଜର Buy Now, Pay Later ସୁବିଧାକୁ ଆପଣାଇଛି ।

Get real time updates directly on you device, subscribe now.