fbpx

ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ଧନୀ ଗାଁ, ପ୍ରତ୍ୟେକ ପରିବାର କୋଟିପତି, ଜାଣନ୍ତୁ କେଉଁଠି

Advertisement

ସମଗ୍ର ବିଶ୍ୱରେ ରହିଥିବା ପ୍ରତ୍ୟେକ ଦେଶର କିଛି ନା କିଛି ସ୍ୱତନ୍ତ୍ରତା ରହିଛି । ଆଜି ଆମେ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପ୍ରତ୍ୟେକ ପରିବାର କୋଟିପତି ଅଟନ୍ତି । ଏପରି ଏକ ଗାଁ ରହିଛି ଚୀନରେ । ‘ସୁପର ଭିଲେଜ’ ନାମରେ ଖ୍ୟାତ ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିର ନାମରେ ୧.୫ କୋଟି ଲେଖାଏଁ ଜମା ରାଶି ରହିଛି ।

ଡେଲି ମେଲର ରିପୋର୍ଟ ମୁତାବକ ଏହି ଗାଁର ପ୍ରତ୍ୟେକ ଲୋକ ପାଖରେ ଆଲିଶାନ ବଙ୍ଗଳା, ଦାମି ଗାଡ଼ି ଆଦି ରହିଛି । ଚୀନର ଜିଆଙ୍ଗଝୁ ଅଞ୍ଚଳରେ ରହିଥିବା ଏହି ଗାଁକୁ ବିଶ୍ୱର ଧନୀ ଗ୍ରାମର ଆଖ୍ୟା ମିଳିଛି । ଏହି ଗାଁରେ ହେଲିକପ୍ଟର, ଟ୍ୟାକ୍ସି, ପାର୍କ ଆଦି ବିଭିନ୍ନ ସୁବିଧା ରହିଛି । କୁହାଯାଏ, ଏପରି ଏକ ସମୟ ଥିଲା, ଏହି ଗାଁଟି ବହୁତ ଗରିବ ଥିଲା । ତେବେ ଏହି ଗାଁକୁ ସମୃଦ୍ଧିର ଶିଖରରେ ପହଞ୍ଚାଇବାର ଶ୍ରେୟ କମ୍ୟୁନିଷ୍ଟ ପାର୍ଟିର ଲୋକାଲ ସେକ୍ରେଟାରୀ ବୁ ରେନାବୋଙ୍କୁ ଦିଆଯାଏ । ବର୍ତ୍ତମାନ ଏହି ଗାଁଟିକୁ ମିଲିୟନ ଡଲାରର କମ୍ପାନୀମାନଙ୍କର ଏକ ଗଡ଼ ବୋଲି ବିବେଚନା କରାଯାଏ ।

Get real time updates directly on you device, subscribe now.