fbpx

ମୁଣ୍ଡରେ ୨ଟି କଟ୍, ଆଣ୍ଠୁରେ ଆଘାତ…ଋଷଭଙ୍କ କ୍ୟାରିୟରରେ ପଡ଼ିବ କି ପ୍ରଭାବ ? ଜାଣନ୍ତୁ କ’ଣ କହିଲା BCCI

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ସମୟରେ ଋଷଭଙ୍କର ଦୁର୍ଘଟଣା ହୋଇଥିଲା, ଯାହାଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ୩୦ ଡିସେମ୍ବର ସକାଳେ ଏହି ଖବର ସାମ୍ନାରେ ଆସିବା ପରେ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । ଏହା ସହ ଫ୍ୟାନ୍ସମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । ଋଷଭଙ୍କର ଚିକିତ୍ସା ଚାଲିଛି, କିନ୍ତୁ ଏବେ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତା ହେଉଛି ।

ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍ ପରେ ଋଷଭ ପନ୍ତ ଏବେ ଫ୍ରି ଥିଲେ, କାହିଁକି ନା ତାଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ଚୟନ କରାଯାଇନଥିଲା । ଏପରି ପରିସ୍ଥିତିରେ ସେ ନିଜ ଘରକୁ ଯାଉଥିଲେ । କିନ୍ତୁ ଗାଡ଼ିର ଡିଭାଇଡର ଧକ୍କା ହେବାକୁ ବଡ଼ ଦୁର୍ଘଟଣା ହୋଇଗଲା । ଋଷଭଙ୍କୁ ଗମ୍ଭୀର ଆଘାତ ମଧ୍ୟ ଲାଗିଛି ।

ଚିକିତ୍ସା କରୁଥିବା ଡାକ୍ତର ସୁଶୀଲ ନାଗର କହିଛନ୍ତି ଯେ, ତାଙ୍କ ମଥା ଓ ଓ ଆଣ୍ଠୁରେ ଗମ୍ଭୀର ଆଘାତ ଲାଗିଛି । ପ୍ରଥମେ କରାଯାଇଥିବା ଏକ୍ସ-ରେ ରେ ଶରୀରରେ ଭଙ୍ଗା ବା ଜଳିବାର କୌଣସି ଜିନିଷ ସାମ୍ନାକୁ ଆସିନଥିଲା । କିନ୍ତୁ ଏବେ ଏମଆରଆଇ ଓ ବାକି ଅନ୍ୟ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଯାହାପରେ ସ୍ଥିତି ବିଷୟରେ ସ୍ପଷ୍ଟ ହୋଇଯିବ ।

ଅନ୍ୟପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ସଚିବ ଜୟ ଶାହାଙ୍କ ଦ୍ୱାରା ଋଷଭ ପନ୍ତଙ୍କ ଦୁର୍ଘଟଣାକୁ ନେଇ ବୟାନ ଜାରି କରାଯାଇଛି । ବିସିସିଆଇ ନିଜ ବୟାନରେ କହିଛି ଯେ, ଋଷଭ ପନ୍ତଙ୍କୁ ଦୁର୍ଘଟଣା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଲାଗାତାର ଭାବରେ ପରିବାର ଓ ମେଡିକାଲ ସହ ସମ୍ପର୍କ କରୁଛି ବୋର୍ଡ । ବୋର୍ଡ ପକ୍ଷରୁ ବେଷ୍ଟ ଚିକିତ୍ସା ସୁବିଧା ଦେବାକୁ ପ୍ରୟାସ ଚାଲିଛି । ସବୁଠାରୁ ଭଲ ଚିକିତ୍ସା ପାଇଁ ସମସ୍ତ ଅର୍ଥ ଦିଆଯିବ । ଋଷଭ ସମ୍ପୂର୍ଣ୍ଣ ସୁସ୍ଥ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ ।

Get real time updates directly on you device, subscribe now.