fbpx

ଭାରତୀୟ କ୍ରିକେଟ୍‌ ଦଳକୁ ଝଟ୍‌କା: ୱିକେଟ୍‌କିର୍‌ ରିଷଭ ପନ୍ତଙ୍କୁ କୋଭିଡ୍ ପଜିଟିଭ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଆଗାମୀ ଟେଷ୍ଟ ସିରିଜ ଖେଳିବା ପାଇଁ ମାନସିକ ପ୍ରସ୍ତୁତି ଚଲାଇଥିବା ବେଳେ ୱିକେଟ କିର ରିଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେଣୁ ଭାରତୀୟ ଦଳ ସହ ସେ ଡରହାମ୍‌ ଯାଇ ପାରିବେ ନାହିଁ ।

ଗତ ଆଠ ଦିନଧରି ପନ୍ତ ଆଇସୋଲେସନରେ ରହିଥିବା ଜଣାପଡିଛି । ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ଠାରୁ ଦୂରେଇ ରଖିବା ପାଇଁ ପନ୍ତ କ୍ୱାରେଣ୍ଟାଇନରେ ଥିବା ବେଳେ ଇଂଲଣ୍ଡ ବିକ୍ଷ ପ୍ରଥମ ଟେଷ୍ଟ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶି ଫାଇନାଲ ମ୍ୟାଚ ଖେଳିବା ପରେ ସେହିଦିନ ଠାରୁ ଲଣ୍ଡନରେ ଅବସ୍ଥାନ କରୁଥିବା ବେଳେ ଗୁରୁବାର ଦିନ ଡରହାମ ଅଭିମୁଖେ ଯାତ୍ରା କରିଛନ୍ତି । ମାତ୍ର ଋଷଭ ପନ୍ତ ଓ ଆହତ ହୋଇଥିବା ଶୁବମନ ଗିଲ୍‌ ଭାରତୀୟ ଦଳ ଯାଇ ନାହାନ୍ତି । କାରଣ ଗିଲ୍‌ ଆହତ ଜନିତ ସମସ୍ୟା ନେଇ ଆଗାମୀ ଇଂଲଣ୍ଡ ବିକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଥିବା ବେଳେ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ସେଠାରେ କ୍ୱାରେଣ୍ଟାଇନରେ ଅଛନ୍ତି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସେକ୍ରେଟାରୀ ଜୟନ୍ତ ଶାହା ଭାରତୀୟ କ୍ରିକେଟ ଦଳ ନିକଟକୁ ଏକ ଇ-ମେଲ୍‌ ପଠାଇଥିବା ଖବରରେ କହିଛନ୍ତି ଯେ ପନ୍ତଙ୍କର ଏକାଧିକ ପରୀକ୍ଷା କରାଯିବା ପରେ ସେ ଦଳ ସହିତ ମିଶିବେ । ସେହିରି ଅନ୍ୟ ଖେଳାଳି ମାନେ ଯେପରି କରୋନାରେ ଆକ୍ରାନ୍ତ ହେବେ ନାହିଁ, ସେଥିପ୍ରତି ସତର୍କ ହୋଇ ରହିବା ଉଚିତ ବୋଲି ଶାହା ପରାମର୍ଶ ଦେଇଛନ୍ତି ।ସେହିପରି ବିସିସିଆଇ ଉପ – ସଭାପତି ରାଜୀବ ଶୁକ୍ଲା କହିଛନ୍ତି ଯେ ଇଂଲଣ୍ଡରେ କରୋନା ପ୍ରୋଟୋକଲ ମାନି ଚଳିବା ପାଇଁ ଦଳର ସମସ୍ତ ଖେଳାଳି ସଚେତନ ହେବା ନିହାତି ଦରକାର ।

ସୂଚନା ଯୋଗ୍ୟ ଯେ ପନ୍ତ ଲଣ୍ଡନର ୱେମ୍ବଲି ଷ୍ଟାଡିୟମରେ ଅନୁଷ୍ଠିତ ୟୁରୋ କପ୍‌ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ । ସେ ନିଜେ ଏହି ଦୃଶ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ପଠାଇଥିଲେ । ତେଣୁ ସେ ଡେଲ୍ଟା ଭାରିଆଣ୍ଟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ସଂପ୍ରତି ଇଂଲଣ୍ଡରେ ଡେଲ୍ଟା ଭ୍ୟାରିଆଣ୍ଟ କରୋନା ଭୂତାଣୁର ବିଶେଷ ପ୍ରଭାବ ରହିଛି । ତେଣୁ ଫୁଟବଲ ମ୍ୟାଚ ବେଳେ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତି ଥିବା ଯୋଗୁ ସେମାନଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।

Get real time updates directly on you device, subscribe now.